ରାଜ୍ୟ

ନିମାପଡ଼ା ପଣ୍ୟାଗାର ନିଗମ ଅଧିକାରୀ ଗିରଫ – Ibnodisha

[ad_1]

ନିମାପଡ଼ା: ମିଲର୍‌ମାନଙ୍କଠାରୁ ନିକୃଷ୍ଟମାନର ଚାଉଳ ଗ୍ରହଣ କରିବାକୁ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ନିମାପଡ଼ା ପଣ୍ୟାଗାର ଅଧିକାରୀ ଦେବୀ ପ୍ରସାଦ ମହାନ୍ତି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ନିମାପଡ଼ା-ବଳଙ୍ଗା ରାସ୍ତାର ନହନ୍ତରା ନିକଟରେ ରାଜ୍ୟ ପଣ୍ୟାଗାର ନିଗମର ଏକ ଶାଖା ଉପରେ ଭୁବନେଶ୍ବର ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍‌ସ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ତ୍ବରେ ଇନ୍‌ସପେକ୍ଟର ମଧୁସ୍ମିତା କର, ଅନିରୁଦ୍ଧ ରାଉତ ଓ ଜ୍ଞାନରଞ୍ଜନ ରାଉତ ଏହି ଚଢ଼ଉ କରିଥିଲେ। ଏହି ସମୟରେ ଅଧିକାରୀ ଶ୍ରୀ ମହାନ୍ତି ଅଫିସ୍‌ ବାହାରକୁ ଚାଲି ଆସିଥିବାବେଳେ ପଣ୍ୟାଗାର ନିଗମର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ମହାନ୍ତିଙ୍କ ଟେବୁଲ୍‌ ଉପରେ ଥିବା ପୁଳା ପୁଳା ଟଙ୍କାକୁ ଲୁଚାଇବାକୁ ‌ଚେଷ୍ଟା କରୁଥିବା ଭିଜିଲାନ୍‌ସ ବିଭାଗ ନଜରରେ ପଡ଼ିଥିଲେ। ସମସ୍ତ ଟଙ୍କାକୁ ଭିଜିଲାନ୍‌ସ ଅଧିକାରୀମାନେ ଜବତ କରିଥିଲେ। ଏହା ସହିତ ମୋବାଇଲ ଫୋନ୍‌ ଓ ଅଫିସ୍‌ରୁ ବହୁ କାଗଜପତ୍ର ସେମାନେ ଜବତ କରିଥିଲେ। ଏହି ସମୟରେ ଅଫିସ୍‌ ବାହାରକୁ ଯାଇ ବସ୍‌କୁ ଅପେକ୍ଷା କରିଥିବାବେଳେ ପଣ୍ୟାଗାର ଅଧିକାରୀ ଶ୍ରୀମହାନ୍ତିଙ୍କୁ ଭିଜିଲାନ୍‌ସ ଅଧିକାରୀମାନେ ଗିରଫ କରି ନେଇଥିଲେ। ପଣ୍ୟାଗାର ଅଫିସ୍‌ରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଭୁବନେଶ୍ବରସ୍ଥିତ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କାକୁ ମିଶାଇ ଶ୍ରୀ ମହାନ୍ତିଙ୍କଠାରୁ ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍‌ସ ସୂତ୍ରରୁ ପ୍ରକାଶ।

ନିମାପଡ଼ା ଅଞ୍ଚଳରେ ଥିବା ମିଲର୍‌ମାନେ ଏହି ଅଞ୍ଚଳରୁ ଚାଷୀମାନଙ୍କଠାରୁ ସଂଗ୍ରହ କରୁଥିବା ଧାନକୁ ମିଲ୍‌ରେ ଚାଉଳରେ ପରିଣିତ କରି ରାଜ୍ୟସରକାରଙ୍କୁ ବିକ୍ରି କରିଥାନ୍ତି। ସରକାରଙ୍କ ଅଧୀନରେ ଥିବା ପଣ୍ୟାଗାରରେ ଚାଉଳ ଗଚ୍ଛିତ ରଖାଯାଇଥାଏ। ତେବେ କେତେକ ଅସାଧୁ ମିଲର୍‌, ଏବଂ ନିମାପଡ଼ା ବ୍ଲକ୍‌ର ଚାଉଳ ବୋହିବା କାମରେ ନିଯୁକ୍ତ ପରିବହନ ସଂସ୍ଥା ମାଧ୍ୟମରେ ନିକୃଷ୍ଟ ମାନର ଚାଉଳକୁ ଉନ୍ନତମାନର ପ୍ରମାଣ ଦେଇ ପଣ୍ୟାଗାର ନିଗମ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ସରକାରଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button