ଦେଶ

ମିସ୍‌ ୱାର୍ଲ୍ଡ ମୁକୁଟ ପିନ୍ଧିଲେ କ୍ରିଷ୍ଟିନା ପାଇସ୍କୋଭା – Ibnodisha

[ad_1]

ମୁମ୍ବାଇ: ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ବିଜେତା ହୋଇଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି। ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରିଷ୍ଟିନା ୧୧୫ଟି ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତବର୍ଷର ମିସ୍ ୱାର୍ଲ୍ଡ ବିଜେତା ପୋଲାଣ୍ଡର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମୁକୁଟ ପିନ୍ଧାଇଥିଲେ। ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଲେବାନନ୍‌ର ୟାସ୍ମିନା ଜାଏତୁନ୍ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। କ୍ରିଷ୍ଟିନା ପାଇସ୍କୋଭା ଜଣେ ଛାତ୍ର, ସ୍ୱେଚ୍ଛାସେବୀ ଏବଂ ଅନ୍ତର୍ଜାତୀୟ ମଡେଲ ଅଟନ୍ତି । ଏହା ସହିତ ସେ ଉଭୟ ଆଇନ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରି ହାସଲ ପାଇଁ ଅଧ୍ୟୟନ କରୁଛନ୍ତି। ସେ କ୍ରିଷ୍ଟିନା ପାଇସ୍କୋ ଫାଉଣ୍ଡେସନ ପ୍ରତିଷ୍ଠା କରି ତାଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି । ମିସ୍ ୱାର୍ଲ୍ଡ ପ୍ରତିଷ୍ଠାନର ସୂଚନା ଅନୁଯାୟୀ, କ୍ରିଷ୍ଟିନାଙ୍କର ସବୁଠାରୁ ଗର୍ବିତ ମୁହୂର୍ତ୍ତ ଥିଲା ତାଞ୍ଜାନିଆରେ ଗରିବ ପିଲାଙ୍କ ପାଇଁ ଏକ ଇଂରାଜୀ ସ୍କୁଲ ଖୋଲିବା । ସେ ଭାଓଲିନ ବଜାଇବାକୁ ଭଲ ପାଆନ୍ତି ଏବଂ ସଙ୍ଗୀତ ଏବଂ କଳା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ଅଛି । ୨୮ ବର୍ଷର ବ୍ୟବଧାନ ପରେ ଭାରତରେ ମିସ୍ ୱାର୍ଲ୍ଡ ୨୦୨୪ ପ୍ରତିଯୋଗିତାର ୭୧ତମ ସଂସ୍କରଣକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ । ଏହି ବୈଶ୍ବିକ ମଞ୍ଚରେ ସିନିଙ୍କ ପ୍ରତିନିଧିତ୍ବ ମଧ୍ୟ ବେଶ୍‌ ପ୍ରଭାବଶାଳୀ ଥିଲା। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ମିସ୍ ୱାର୍ଲ୍ଡ ୨୦୧୩ ମେଗାନ୍ ୟଙ୍ଗ୍ ହୋଷ୍ଟ ଭାବେ ମଞ୍ଚରେ ଉପସ୍ଥିତ ଥିବା ବେଳେ ପ୍ରସିଦ୍ଧ କଳାକାର ନେହା କକ୍କର, ଟୋନି କକ୍କର ଏବଂ ଶାନ୍‌ଙ୍କ ଚମତ୍କାର ପରିବେଷଣ ଦେଖିବାକୁ ମିଳିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button