ଦେଶ

ଜମ୍ମୁକାଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ; ୫ ମୃତ – Ibnodisha

[ad_1]

ଜମ୍ମୁକାଶ୍ମୀର:  ଜମ୍ମୁକାଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ଏହି ବନ୍ୟା ପ୍ରଭାବରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ଶତାଧିକ ଲୋକଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏହାଫଳରେ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ପ୍ରବଳ ବର୍ଷା ସହ ସେଠାରେ ଭୂସ୍ଖଳନ ମଧ୍ୟ ହୋଇଛି । ସୂଚନା ଅନୁଯାୟୀ,ଜାମ୍ମୁ-କାଶ୍ମୀରର ଡୋଡା, ରିଆସି, କିସ୍ତୱାଡ୍‌, ରମ୍ବାନ ଓ ବାରମୂଳା ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଥିଲା । ଏହାଫଳରେ ସେଠାରେ ବନ୍ୟା ହୋଇଛି ଏବଂ ଘର ଗୁଡିକ ଭାଙ୍ଗି ଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ମାଟିଅତଡା ଖସି ରାସ୍ତା ଅବରୋଧ ହୋଇଯାଇଛି । ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button