ରାଜ୍ୟ

ବଜ୍ରାଘାତ ନେଲା ଜଣଙ୍କ ଜୀବନ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଶିକାର ହୋଇ ଜଣଙ୍କର ଜୀବନ ଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଚିତ୍ରପୁର ଗ୍ରାମର ବାଚୁ ଦାସ । ସୂଚନା ଅନୁଯାୟୀ ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବାଚୁ ଆଜି ଅପରାହ୍ନରେ ଧାନ କାଟିବା ପାଇଁ ବିଲକୁ ଯାଇଥିଲେ । କିନ୍ତୁ କାମ କରୁଥିବା ସମୟରେ ହଠାତ କାଳବୈଶାଖୀ ପ୍ରଭାବରେ ପ୍ରବଳ ମେଘ ସାଙ୍ଗକୁ ବଜ୍ରପାତ ଆରମ୍ଭ ହୋଇ ଥିଲା । ବର୍ଷାକୁ ଦୃଷ୍ଟିରେ ରଖି ଘଋକୁ ଫେରିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button