ରାଜ୍ୟ

ଜୋରରେ ଭୋକ ଲାଗୁଛି କିନ୍ତୁ ପାଖରେ ବେଶି ସମୟ ନାହିଁ ତେବେ ମାତ୍ର ୫ ମିନିଟରେ ପ୍ରସ୍ତୁତ କରନ୍ତୁ ଭେଲ ଚାଟ୍‌

ଯଦି ଆପଣ ଘରେ ଏକା ଅଛନ୍ତି ଏବଂ କୌଣସି କାମରେ ମନ ଲାଗୁନି । କିଛି ଚଟପଟା ଖାଇବାକୁ ମନ ହେଉଛି ତେବେ ବିଶ୍ୱାସ କରନ୍ତୁ ଏହା ଆପଣଙ୍କ ଟାଇମ ପାସ କରିବାର ବହୁତ ବଢ଼ିଆ ମାଧ୍ୟମ। ସେହିପରି ଆଉ କିଛି ଲୋକ ଯାହାଙ୍କୁ ରୋଷେଇ ଆସେନି ଏବଂ ଏକା ଘରେ ଅଛନ୍ତି ତେବେ ଗ୍ୟାସ ଖୋଲିବାକୁ ପଡିବନାହିଁ। ଆପଣ ଯଦି ଗ୍ୟାସ ଅନ୍‌ କରିବା ଜାଣିନାହାନ୍ତି ଆଉ ଘରେ କେହି ନାହାନ୍ତି ତାହେଲେ ଏହି ରେସିପି ଆପଣଙ୍କ ପାଇଁ ବେଷ୍ଟ ହେବ। କାହିଁକିନା ଏହାକୁ ବନାଇବା ପାଇଁ ଆପଣଙ୍କୁ ଅଧିକରୁ ଅଧିକ ୫ ମିନିଟ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କେମିତି ବନାଇବେ ଟେଷ୍ଟି ଭେଲ ଚାଟ୍‌।

ଏହା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ

  • ମୁଡି – ୪କପ୍‌
  • ତେଲ – ୧ ଚାମଚ
  • ହଳଦି – ୧/୪ ଚାମଚ
  • ସେଉ ଭୁଜିଆ – ୧ ପାତ୍ର
  • ମିକ୍ସଚର – ୧ ପାତ୍ର
  • ସିଝା ଆଳୁ – ୧ ପାତ୍ର
  • ଧନିଆ ପତ୍ର – ଅଳ୍ପ
  • କାବୁଲି ଚଣା – ୧ ପାତ୍ର
  • କଟା ହୋଇଥିବା ପିଆଜ – ଗୋଟେ
  • ଟମାଟୋ – ୧ (ଛୋଟ କଟା ହୋଇଥିବା)
  • ଲାଲ ଲଙ୍କା – ୧ ଚାମଚ
  • ଲଙ୍କା – ୪ଟି
  • ଚାଟ ମସଲା – ୨ ଚାମଚ
  • ଲୁଣ – ୧/୨ ଚାମଚ (ସ୍ୱାଦ ଅନୁସାରେ)
  • ତେନ୍ତୁଳି ଚଟଣୀ – ଅଳ୍ପ
  • ଚାଟ ମସଲା – ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଆପଣ କୁରମୁରା ମୁଡି ନେଇ ସେଥିରେ ଏକ ଚାମଚ ତେଲ ଏବଂ ଅଳ୍ପ ହଳଦି ପକାଇ ମିଶାଇ ଦିଅନ୍ତୁ।

-ଏହାପରେ ଏଥିରେ ମିକ୍ସଚର ଏବଂ ସେଉ ପକାନ୍ତୁ।

-ଏବେ ଏଥିରେ ସିଝା ଆଳୁ ଖଣ୍ଡ, ଟମାଟୋ, କାବୁଲୀ ଚଣା, ପିଆଜ, କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ପକାନ୍ତୁ।

-ଏବେ ଏଥିରେ ଲାଲ ଲଙ୍କା ପାଉଡର, ଚାଟ ମସଲା, ଲୁଣ ମଧ୍ୟ ପକାଇ ଦିଅନ୍ତୁ।

-ଏବେ ଏଥିରେ ତେନ୍ତୁଳି ଚଟଣୀ ପକାନ୍ତୁ ଏବଂ ସବୁକୁ ଭଲଭାବେ ମିଶାନ୍ତୁ।

-ଏବେ ଆପଣଙ୍କର ଭେଲ ଚାଟ ପ୍ରସ୍ତୁତ ହୋଇଯାଇଛି।

-ଏବେ ଏହାକୁ ଏକ ପ୍ଲେଟକୁ ବାହାର କରନ୍ତୁ ଏବଂ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button