IBN ଓଡ଼ିଶା ବ୍ୟୁରୋ

ହାର୍ଟ ବ୍ଳକେଜ ସମସ୍ୟାରେ ଏହି ଜିନିଷ ଆପଣଙ୍କ ପାଇଁ ହେବ ବେଷ୍ଟ ମେଡିସିନ୍‌, ଧମନୀକୁ ରଖିବ ଏକଦମ୍‌ ସଫା

ଆଜିର ସମୟରେ ଦେଖାଯାଉଛି ଯେ ବ୍ୟକ୍ତିଙ୍କ ଜୀବନରେ ଖାଦ୍ୟ ପେୟରେ ଅଣଦେଖା ଏବଂ ଭୁଲ ଲାଇଫଷ୍ଟାଇଲ ପାଇଁ ରୋଗରେ ପଡୁଛନ୍ତି। ଖାସ୍‌ କରି ସବୁଠାରୁ ଅଧିକ ପ୍ରଭାବ ହାର୍ଟ ଉପରେ ପଡିଥାଏ। ଯେଉଁ କାରଣରୁ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହାର୍ଟ ବ୍ଲକେଜ ସମସ୍ୟା ତ ସାଧାରଣ ହୋଇଗଲାଣି ବର୍ତ୍ତମାନ। ଏଥିପାଇଁ ଲୋକମାନେ ଦାମୀ ଔଷଧ ସେବନ ମଧ୍ୟ କରୁଛନ୍ତି। କିନ୍ତୁ ଏଥିସହିତ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଆହାର ନେଇ ଆସିଛୁ ଯାହା ବନ୍ଦ ହୋଇଯାଇଥିବା ଧମନୀକୁ ଖୋଲିବାରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ଏହି ଆହାର ବିଷୟରେ।

ହଳଦୀ

ଔଷଧୀୟ ଗୁଣରେ ଭରପୂର ହଳଦୀ ସେବନ କରିବା ଦ୍ୱାରା ସିରା ପ୍ରସିରା ବା ଆର୍ଟାରୀଜକୁ ମଧ୍ୟ ସୁସ୍ଥ ରଖିଥାଏ। ଯଦି ଆପଣଙ୍କ ହାର୍ଟ ବ୍ଲକେଜ ସମସ୍ୟା ରହିଛି ତେବେ ହଳଦୀ ମିଶା କ୍ଷୀର ପିଅନ୍ତୁ। ଏହାଦ୍ୱାରା ଧମନୀରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯିବ।

ଡାଲି ଜାତୀୟ ଖାଦ୍ୟ

ଡାଲି, ସ୍ପାଉଟ୍ସ ଏବଂ ଆଣ୍ଟି-ଇମଫ୍ଲାମେଣ୍ଟ୍ରୀ ତତ୍ତ୍ୱରେ ଭରପୂର ଏହି ଔଷଧ ମଧ୍ୟ ହାର୍ଟ ବ୍ଲକେଜ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାଦ୍ୱାରା କୋଶିକା ମଜବୁତ ହୋଇଥାଏ ଏବଂ ଆପଣ ହୃଦ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ।

ରସୁଣ

garlicରସୁଣ ହୃଦୟର ଧମନୀକୁ ପରିଷ୍କାର ଏବଂ ସୁସ୍ଥ ରଖିବା କାମ କରିଥାଏ। ଏହା ଧମନୀରେ ଫ୍ୟାଟ ଏବଂ ପ୍ରୋଟୀନକୁ ଜମା ହେବାକୁ ଦିଏନାହିଁ। ଏହା ଶରୀରରେ ଏନଜାଇମସର ସ୍ତରକୁ ମଧ୍ୟ ସାମାନ୍ୟ ରଖିଥାଏ। ଏହାସହିତ ରସୁଣ ଏକ୍ସଟ୍ରା ଫ୍ୟାଟକୁ ଧମନୀରେ ଜମା ହେବାକୁ ରୋକିଥାଏ।

ରେଡ ଓ୍ଵାଇନ

ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ହପ୍ତାହରେ ଥରେ କି ଦୁଇ ଥର ରେଡ ଓ୍ଵାଇନ ପିଇବା ଦ୍ୱାରା ହାର୍ଟ କ୍ଲଟିଙ୍ଗ ସମସ୍ୟା ହୋଇନଥାଏ। ଏହାସହିତ ଏହାଦ୍ୱାରା ବ୍ଲଡ ଫ୍ଲୋ ଠିକ୍‌ ରହିଥାଏ। ଏହାସହିତ ଅଳ୍ପ ମାତ୍ରାରେ ଏହାକୁ ସେବନ ମଧ୍ୟ କରିବାରେ ବାକି ରୋଗ ମଧ୍ୟ ଭଲ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button