IBN ଓଡ଼ିଶା ବ୍ୟୁରୋ

ହଳଦୀ ପାଣି ପିଇବାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଜୀବନରେ କେବେବି ପାଖ ମାଡିବନି ଏହି ଭୟଙ୍କର ରୋଗ

ରୋଷେଇ ଘରେ ମସଲା ରୂପେ ବ୍ୟବହୃତ ହେଉଥିବା ହଳଦୀକୁ ଆୟୁର୍ବେଦରେ ଏକ ଚମତ୍କାରୀ ଔଷଧ ରୂପେ ମାନାଯାଏ । ହଳଦୀ ଆମ ଖାଦ୍ଯର ସ୍ଵାଦ ବଢାଇବା ସହ ଆମ ଶରୀରର ଅନେକ ରୋଗ ପାଇଁ ମଧ୍ୟ ରାମବାଣ ଭଳି କାର୍ଯ୍ୟ କରିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ହଳଦୀ ପାଣି ପିଇବାର ଫାଇଦା ବିଷୟରେ କହିବୁ । ହଳଦୀ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ, ଫଳରେ ଏହା ଆମକୁ ବିଭିନ୍ନ ପ୍ରକାରର ଭାଇରାଲ ସଂକ୍ରମଣରୁ ରକ୍ଷା କରିଥାଏ ।

 

ହଳଦୀରେ ଆମ କ୍ଷତକୁ ଶୀଘ୍ର ଭଲ କରିବାର ଗୁଣ ରହିଥାଏ । ହଳଦୀ ପାଣିର ସେବନ କରିବା ଦ୍ଵାରା ଏହା ଆମ ଶରୀରରେ ହୋଇଥିବା କ୍ଷତକୁ ଶୀଘ୍ର ଭରି ଦେଇଥାଏ । ହଳଦୀରେ ଥିବା ଆଣ୍ଟି-ଇନଫ୍ଲାମାଟୋରି ଗୁଣ ଆମ ଶରୀରକୁ ଆଥ୍ରାଇଟିସରୁ ରକ୍ଷା କରେ । ଶରୀରର କୌଣସି ସ୍ଥାନର ଗଣ୍ଠି ଫୁଲିବା ଫଳରେ ସେଠାକାର ଟିସ୍ୟୁ ନଷ୍ଟ ହୋଇ ଯାଇଥାଏ ଏବଂ ଆଥ୍ରାଇଟିସ ରୋଗ ହୋଇଥାଏ । କିନ୍ତୁ ଆପଣ ଯଦି ସପ୍ତାହରେ ମାତ୍ର ତିନିଥର ଖାଲିପେଟରେ ହଳଦୀ ପାଣି ପିଉଛନ୍ତି ତେବେ ଜୀବନରେ କେବେବି ଆଥ୍ରାଇଟିସ ସମସ୍ଯା ଦେଖାଦେବ ନାହିଁ ।

ସବୁଠୁ ଖାସ କଥା ହେଲା, ହଳଦୀ ଗୋଟିଏ ଆଣ୍ଟି-କ୍ୟାନ୍ସର ଉପାଦାନ ଅଟେ । ଏଥିରେ ଥିବା ଆଣ୍ଟି-କ୍ୟାନ୍ସର ଗୁଣ ଆମ ଶରୀରରେ କ୍ୟାନ୍ସର ସୃଷ୍ଟି ହେବାକୁ ଦେଇ ନଥାଏ । ତେଣୁ ପ୍ରତିଦିନ ହଳଦୀ ପାଣିର ସେବନ କରିବା ଦ୍ଵାରା ଏହା ଆମ ଶରୀରରେ ଥିବା ସମସ୍ତ ପ୍ରକାର କ୍ୟାନ୍ସରସ ଟ୍ଯୁମରକୁ ବଢିବାକୁ ଦିଏନାହିଁ ।

ଅର୍ଥାତ ଯଦି ଆପଣ ସପ୍ତାହରେ 3-4 ଥର ହଳଦୀ ପାଣିର ସେବନ କରୁଛନ୍ତି ତେବେ ଭବିଷ୍ୟତରେ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବାର ସମ୍ଭାବନା ବଢିଯାଏ । ହଳଦୀ ଆମ ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ମଧ୍ୟ ହ୍ରାସ କରିଥାଏ । ଏହା ରକ୍ତକୁ ଗାଢ ହେବାକୁ ଦେଇ ନଥାଏ ଫଳରେ ହୃଦରୋଗ ସମ୍ଭାବନା ମଧ୍ୟ କମିଯାଏ । ହଳଦୀ ଆମ ଶରୀରରେ ପିତ ସୃଷ୍ଟି ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ତେଣୁ ଖାଦ୍ୟ ସହଜରେ ହଜମ ହୋଇଯାଏ ଏବଂ ଶରୀରରେ ଫ୍ୟାଟ ମଧ୍ୟ ସହଜରେ ଜମା ହୁଏନାହିଁ ।

ହଲଦୀର ଆଉ ଏକ ଚମତ୍କାରୀ ଫାଇଦା ହେଉଛି ଏହା ଲିଭରକୁ ସୁସ୍ଥ ରଖିବା ସହ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ତେଣୁ ହଳଦୀ ପାଣି ପିଇବା ଦ୍ଵାରା ଯେକୌଣସି ଲିଭର ସଂକ୍ରମଣରୁ ମୁକ୍ତି ମିଳିଥାଏ । ସକାଳେ ଉଷୁମ ପାଣିରେ ହଳଦୀ ମିଶାଇ ସେବନ କରିବା ଦ୍ଵାରା ଏହା ଆମ ମସ୍ତିଷ୍କର ବିକାଶରେ ମଧ୍ୟ ସହାୟକ ହୋଇଥାଏ ।

ହଳଦୀ ଗୁଣ୍ଡକୁ ମହୁ ସହ ମିଶାଇ ସେବନ କଲେ ଏହା ଚେହେରା ଓ ଶରୀରର ବୟସ ଜନିତ କୁଞ୍ଚନକୁ କମ୍ କରେ । ତେଣୁ ନିୟମିତ ହଳଦୀ ପାଣି ପିଇବା ଦ୍ଵାରା ଅଧିକ ବୟସ ହେବା ଯାଏଁ ଯୁବା ଦେଖାଯିବେ । ଗୋଟିଏ ଗ୍ଳାସ ଉଷୁମ ପାଣି କିମ୍ବା କ୍ଷୀରରେ ଆପଣ ଅଧା ଚାହା ଚାମୁଚ ହଳଦୀ ଗୁଣ୍ଡ ମିଶାଇ ଏହାକୁ ପିଇପାରିବେ । ସ୍ଵାଦ ପାଇଁ ଆପଣ ଚାହିଁଲେ ହଳଦୀ ପାଣିରେ ମହୁ ମଧ୍ୟ ମିଶାଇ ପାରିବେ ।

ସକାଳେ ହଳଦୀ ପାଣି ପିଇବାର ଅଧଘଣ୍ଟା ପରେ ଖାଦ୍ଯ ଖାଇବେ । କିନ୍ତୁ ଗର୍ଭବତୀ ମହିଳା, ଷ୍ଟୋମାକ ଅଲସର ଏବଂ ଗଲ୍ ବ୍ଲାଡ଼ରରେ ଷ୍ଟୋନ ଥିବା ଲୋକ ହଳଦୀ ପାଣି ପିଇବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button