IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରର ଇମ୍ୟୁନିଟି ବୁଷ୍ଟ କରିବାକୁ ଚାହୁଁଚନ୍ତି କି ତେବେ ଆଜି ହିଁ ଘରେ ବନାନ୍ତୁ ଏହି ଦୁଇଟି ଚା’

ଶରୀରରେ ଇମ୍ୟୁନିଟ କମ୍‌ ହେଲେ ଅନେକ ରୋଗ ମାଡିବସିଥାଏ। ଆଉ ଏବେ ତ କରୋନା ମହାମାରୀ ସମୟ ଚାଲିଛି। ଏହି ସମୟରେ ଶରୀରକୁ ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ୍‌ ଇମ୍ୟୁନିଟିକୁ ଶକ୍ତିଶାଳୀ କରିଥାଏ। ଅନେକ ଲୋକ ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଖୋଜୁଛନ୍ତି।

ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଇମ୍ୟୁନିଟିକୁ ବୁଷ୍ଟ କରିବା ପାଇଁ ଆୟୁର୍ବେଦିକ କାଢା ବା ଚା ପିଇବାକୁ ପରାମର୍ଶ ଦେଇଛି। ଏହାଛଡା ଲୋକଙ୍କୁ ଗରମ ପାଣି ପିଇବା ଉଚିତ ବୋଲି ପରାମର୍ଶ ମିଳିଛି। କିପରି ଇମ୍ୟୁନିଟି୍‌ ବଢାଇ ହେବ ଏହାକୁ ନେଇ ସମେସ୍ତ ଉପାୟ ଖୋଜୁଛନ୍ତି। ଆପଣ ଏମିତି ଘରୋଇ ଉପାୟ ଅବଲମ୍ବନ କରି ଇମ୍ୟୁନିଟି ବୁଷ୍ଟ କରିପାରିବେ। ଏମିତି ଦୁଇଟି ଚା’ ରହିଛି ଯାହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିଥାଏ। ଆସନ୍ତୁ ଜାଣିବା… କେମିତି ବନାଇବା ଏହି ଚା’…

immune

କାଢା ଚା’ :

ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଏହାକୁ ପୁରାତନ ଯୁଗରେ ବ୍ୟବହାର କରାଯାଉଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ପାଣିକୁ ଗରମ କରିବା ପରେ ସେଥିରେ ଚା’ପତି, ଲେମ୍ବୁ ରସ ଏବଂ ମହୁ ମିଶାଇ ଦିଅନ୍ତୁ। ତା’ ପରେ ଏଥିରେ ତେଜପତ୍ର, ଜୁଆଣି, ଗୋଲମରିଚ, ଲବଙ୍ଗ, ଗୁଜୁରାତି, ଅଦା, କଞ୍ଚା ହଳଦୀ ପକାଇ ସିଝାଇ ଦିଅନ୍ତୁ। ଏହା ଭଲଭାବେ ସିଝିବା ପରେ ଛାଣି ପିଅନ୍ତୁ।

tea

ଅଦା ଏବଂ ମୁଲେଠି ଚା’:

ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଣିକୁ ଗରମ କରି ଚା’ ପତି, ଚିନି, ମୁଲେଠି ଏବଂ ଅଦା ପକାଇ ସିଝାନ୍ତୁ। ଏହାକୁ ଘୋଡାଇ ୨ ମିନିଟ୍‌ ପର୍ଯ୍ୟନ୍ତ ସିଝିବା ପରେ କାଢି ପିଅନ୍ତୁ।
ଏହି ଦୁଇଟି ଚା’କୁ ନିୟମିତ ପିଇବା ଦ୍ୱାରା ଇମ୍ୟୁନିଟ୍‌ ବୁଷ୍ଟ ହୋିଥାଏ। ଯାହା ଆପଣଙ୍କ ବିଭିନ୍ନ ପ୍ରକାର ରୋଗକୁ ପ୍ରତିରୋଧ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button