ମନୋରଞ୍ଜନ

ସଂନ୍ଧ୍ୟାରେ ଚା ସହିତ ନିଅନ୍ତୁ ଟେଷ୍ଟୀ ଧନିଆ କଟଲେଟର ମଜା, ସ୍ୱାଦ ଏକଦମ୍‌ ଜବରଦସ୍ତ

ଏବେର କରୋନା କାଳରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ। ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ବନାଇ ପୂରା ବଜାର ଭଳି ସ୍ୱାଦ ନେଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ବଜାର ଭଳି ଧନିଆ କଟଲେଟ ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ ଧନିଆ କଟଲେଟcoriander-cutlets ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଧନିଆ ପତ୍ର

ବେସନ

ଜୀରା

ଲଙ୍କା ଗୁଣ୍ଡ

ଗରମ ମସଲା ପାଉଡର

ଲୁଣ ସ୍ୱାଦାନୁସାରେ

ତେଲ ଛାଣିବା ପାଇଁ

cutletପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଧନିଆ ପତ୍ରକୁ ସଫା କରି ଧୋଇ କାଟି ଦିଅନ୍ତୁ।

-ଏହାପରେ ଏକ ପାତ୍ରରେ ଧନିଆ ପତ୍ର, ଏକ କପ୍‌ ବେସନ, ଅଧା ଚାମଚ ଜୀରା, ଏକ ଚାମଚ ଗରମ ମସଲା ଏବଂ ସ୍ୱାଦଅନୁସାରେ ଲୁଣ ମିଶାନ୍ତୁ।

-ଏବେ ଏହିସବୁକୁ ହାତରେ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

-ଏବେ ଏହି ମିଶ୍ରଣକୁ କଟଲେଟ ଆକାରରେ ତେଲରେ ଛାଣି ଦିଅନ୍ତୁ। ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟୀ କଟଲେଟ।

-ଆପଣ ଏହାକୁ ଟମାଟୋ ସସରେ ବି ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button