ମନୋରଞ୍ଜନ

ମାର୍ଚ୍ଚ-ଏପ୍ରିଲ ମାସରେ କରନ୍ତୁ ନାହିଁ ବେବି ପ୍ଲାନ, ଜାଣନ୍ତୁ କାହିଁକି

ଆଜିକାଲି ଅଧିକାଂଶ ପ୍ୟାରେଣ୍ଟସ୍‌ମାନେ ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ବେବି ପ୍ଲାନ କରିଥାନ୍ତି। ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ଏ ଭଳି ନିଷ୍ପତି ନେବା ମଧ୍ୟ ବିଲକୁଲ୍‌ ଠିକ୍‌। ସେହିଭଳି ପିଲା ଏବଂ ମା’ର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବେବି ପ୍ଲାନ କରିବା ଉଚିତ। ତେବେ ଜାଣନ୍ତୁ କିଭଳି କରିବେ ବେବି ପ୍ଲାନ।

ଜାଣନ୍ତୁ ଗର୍ଭବତୀ ହେବାର ଉତ୍ତମ ମାସ

pregnantଆଜ୍ଞା ହଁ ଏକଥା ଆପଣଙ୍କୁ ଶୁଣିବାକୁ ଅଜୀବ ଲାଗୁଥିଲେ ମଧ୍ୟ ଏହା ବିଲକୁଲ୍‌ ସତ୍ୟ। ବେବି ପ୍ଲାନ କରିବା ପାଇଁ ଆପଣ ବିଶେଷରୂପେ ଏହି କଥା ଉପରେ ଧ୍ୟାନ ରଖିବା ଉଚିତ। ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ବେବି ପ୍ଲାନ କରିବା ପାଇଁ ଠିକ୍‌ ହୋଇନଥାଏ। କାରଣ ଏହି ମାସରେ ଯଦି ଆପଣ ଗର୍ଭବତୀ ହୋଇଥାନ୍ତି ତେବେ ଆପଣଙ୍କ ଡେଲିଭରୀ ଜାନୁଆରୀ କିମ୍ବା ଫେବୃଆରୀ ମାସ ଆରମ୍ଭରେ ହୋଇଥାଏ। ଏହି ଦିନରେ ଥଣ୍ଡା ଅତ୍ୟଧିକ ହୋଇଥାଏ। ଯେଉଁ କାରଣରୁ ମା’ ସହିତ ଛୋଟ ଶିଶୁକୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଯେପରି . . .

ଫ୍ଲୁ ଏବଂ ଇନଫେକ୍ସନ

betuଏହି ଦିନରେ ଜନ୍ମ ହୋଇଥିବା ଶିଶୁଙ୍କର ଇମ୍ୟୁନ ସିଷ୍ଟମ ଖୁବ୍‌ ଦୁର୍ବଳ ହୋଇଥାଏ। ଯେଉଁକାରଣରୁ ଶିଶୁମାନେ ନିମୋନିଆ ଭଳି ରୋଗର ଶିକାର ହୋଇଥାନ୍ତି। ଏଥିସହ ପିଲାମାନଙ୍କ ଶରୀରରେ ନାଲି ନାଲି ଦାଗ ମଧ୍ୟ ହୋଇଯାଇଥାଏ। ଏହାବ୍ୟତୀତ ଏହିଦିନେ ମା’କୁ ରିକୋଭରୀ ହେବାରେ ମଧ୍ୟ ସମୟ ଲାଗିଥାଏ। ଗରମ ଦିନ ତୁଳନାରେ ମା’କୁ ଏହି ଦିନରେ ରିକୋଭରୀ ହେବା ପାଇଁ ସମୟ ଲାଗିଥାଏ।

ଏହି ସବୁଠାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

Baby girl -ସମୟ ସମୟରେ ଡାକ୍ତରଙ୍କ ପାଖରେ ଶିଶୁର ଚିକିତ୍ସା କରନ୍ତୁ।
-ମା’ ଏବଂ ଶିଶୁ ଉଭୟଙ୍କୁ ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖନ୍ତୁ।
-ଯେ କୌଣସି ବ୍ୟକ୍ତି ଶିଶୁକୁ ଧରିବା ପୂର୍ବରୁ ପ୍ରଥମେ ନିଜ ହାତକୁ ଭଲଭାବେ ସଫା କରିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button