ମନୋରଞ୍ଜନ

ପ୍ରଭାସଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ତାଙ୍କ ଖୁଡୀ – Ibnodisha

[ad_1]

ମୁମ୍ବାଇ : ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରନ୍ତି। ଏମିତି ଏକ ସମୟ ଥିଲା ଯେଉଁ ସମୟରେ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ଅନୁଗାମୀମାନେ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ ସେମିତି କିଛି ହେଲା ନାହିଁ। ନିକଟରେ କିଛି ଦିନ ତଳେ ବି ପ୍ରଭାସ ଅନୁଷ୍କାଙ୍କୁ ବିବାହ କରି‌ବେ ବୋଲି ଆଲୋଚନା ‌ହେଉଥିଲା। ତେବେ ପ୍ରଶ୍ନ ଉଠୁଛି ବାସ୍ତବରେ କ’ଣ ପ୍ରଭାସ ବିବାହ କରିବାକୁ ଯାଉଛନ୍ତି କି? ଏନେଇ ପ୍ରଭାସଙ୍କ ଖୁଡ଼ୀ ତାଙ୍କ ନୀରବତା ଭଙ୍ଗ କରିଛନ୍ତି। ‌ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ପ୍ରଭାସ ବିବାହ କରିବେ। ତାଙ୍କ ବିବାହକୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ନିଜେ ପ୍ରଭାସ ଏନେଇ କିଛି ବି କହିନାହାନ୍ତି। ପ୍ରଭାସଙ୍କ ଖୁଡ଼ୀ ଗଣମାଧ୍ୟମକୁ କହିଛନ୍ତି, ‘‘ପ୍ରଭାସର ବାହାଘର ନିଶ୍ଚୟ ହେବ। ଦୂର୍ଗାମାଆ ତାକୁ ନିଜ ଆଶୀର୍ବାଦ ଦେବେ। ତା’ ଚାଚୁଙ୍କ ଆଶୀର୍ବାଦ ସର୍ବାଦ ପ୍ରଭାସ ଉପରେ ରହିଛି।’’ ସମ୍ପ୍ରତି ପ୍ରଭାସ ଓ ଅନୁଷ୍କାଙ୍କ ଏକ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ବେଶ ଖୁସି ହୋଇଯାଇଛନ୍ତି। ପ୍ରଭାସ ଗୁପ୍ତରେ ହେଉ ପଛେ ଅନୁଷ୍କାଙ୍କ ବିବାହ କରିଛନ୍ତି ବୋଲି ଅଭିନେତାଙ୍କ ଫ୍ୟାନ୍ସମାନେ କହିଛନ୍ତି। ତେବେ ଏହି ଫଟୋରେ ଦେଖିବାକୁ ମିଳୁଥିବା ଦୃଶ୍ୟ ବାସ୍ତବ ନୁହେଁ। ଏହାକୁ ପ୍ରଭାସ ଓ ଅନୁଷ୍କାଙ୍କ ଅନୁଗାମୀମାନେ ଏଆଇ ଜେନେରେଟେଡ ମାଧ୍ୟମରେ ତିଆରି କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button