ପୁରୁଣା ବିଜେଡି ଗୋଷ୍ଠୀ ପକ୍ଷରୁ ବରୀରେ ଶାରଦୀୟ ବନ୍ଧୁ ମିଳନ ଓ କର୍ମୀ ସମିଳନୀ ଅନୁଷ୍ଠିତ – Ibnodisha
[ad_1]
ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବ୍ଲକର ୨୯ ପଂଚାୟତ ର ପୁରାତନ ବିଜେଡି କର୍ମୀ ଯେଉଁମାନେ କି ଉପକ୍ଷିତ ଓ ଅଲୋଡ଼ିତ ସେଇ ମାନଙ୍କୁ ନେଇ ବରୀପାଳ ଠାରେ ଏକ ଶାରଦୀୟ ବନ୍ଧୁମିଳନ ସହ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବରୀ ବିଜେଡି ବ୍ଲକ ସଭାପତି ସେକ ସଫିଉଦ୍ଦିନ (ଟାଲି) ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି ସଭାରେ ବରୀ ବ୍ଲକ ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରା , ପୂର୍ବତନ ଅଧ୍ୟକ୍ଷ ନୀଳମଣି ସାମଲ , ମଧୁସୂଦନପୂର ପୂର୍ବତନ ସରପଂଚ
ପ୍ରମୋଦ ସାମଲ, , ବରୀ ପଂଚାୟତ ସମିତିସଭ୍ୟ ସଞ୍ଜୀବ ଜେନା ଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଯୋଗ ଦେଇ ବରୀ ନିର୍ବାଚନୀ ପ୍ରସଙ୍ଗରେ ମତ ଦେଇଥିଲେ ।
ଏବେ ବରୀରେ ଅରାଜକତା ଦିନକୁ ଦିନ ବୃଦ୍ଧି ପାଉଛି , ଲୋକ ଙ୍କ କାର୍ଯ୍ୟ କମ ହେଉଥିବା ବେଳେ ବରୀ ବିଜେଡି ଦୁଇ ଗୋଷ୍ଟିଙ୍କ କବଜାରେ ରହି ଧୀରେ ଧୀରେ ବିଜେଡିର ଭୋଟ ହାର ହ୍ରାସ ପାଉଥିବା ସେକ ସଫିଉଦ୍ଦିନ ନିଜ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ , ଆଗାମୀ ଦିନରେ ବରି ପାଇଁ ଏକ ଉପଯୁକ୍ତ ବିଧାୟକ ପ୍ରାର୍ଥୀ ବାଛିବା ପାଇଁ ଭୋଟର ଓ କର୍ମୀ ମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେ ।
ଏହି ପାଞ୍ଚ ବର୍ଷ ମଧ୍ୟରେ ବରୀ ବ୍ଲକରେ ବିଡ଼ିଓ , ତହସିଲଦାର ଙ୍କ ବାରମ୍ବାର ବଦଳି ଯୋଗୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ବରୀରେ ବେଶ ବିକାଶର କାର୍ଯ୍ୟ ଜାରି ରହିଛି , ଆଗାମୀ ନିର୍ବାଚନରେ ପୁଣି ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ ଭାରତୀ ବେହେରା , ସେକ ସଫିଉଦିନ ଙ୍କୁ ପୁନର୍ବାର ବ୍ଲକ ସଭାପତି ପଦ ଦେବାକୁ ନିଳମଣି ସାମଲ ମୁଖ୍ୟମନ୍ତୀ ଓ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ ନିଜ ଅଭିଭାଷଣରେ ନିବେଦନ କରିଥିଲେ ।
[ad_2]