ଦେଶ

ନକଲି ଜନ୍ମ ପ୍ରମାଣପତ୍ର ମାମଲା: ଆଜମ୍‌ ଖାନ, ପୁଅ ଅବଦୁଲ୍ଲା ଆଜମ୍‌ ଓ ପତ୍ନୀ ତାନଜିନ୍‌ ଫାତିମାଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ – Ibnodisha

[ad_1]

ନୂଆଦିଲ୍ଲୀ: ସମାଜବାଦୀ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ରାମପୁରର ସାଂସଦ-ଏମ୍‌ଏଲ୍‌ଏ କୋର୍ଟ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ, ତାଙ୍କ ପତ୍ନୀ ତାନଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଏହି ତିନି ଜଣଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏହି ଦଣ୍ଡ ଶୁଣାଣି ପରେ ତିନି ଜଣଙ୍କୁ ସିଧା ଜେଲକୁ ନିଆଯିବ। କହି ରଖୁଛୁ, ନକଲି ଜନ୍ମ ପ୍ରମାଣପତ୍ର ମାମଲା ୨୦୧୭ ୟୁପି ବିଧାନସଭା ନିର୍ବାଚନ ସହିତ ଜଡିତ। ସେତେବେଳେ ଅବଦୁଲ୍ଲା ଆଜମ ରାମପୁରର ସ୍ୱାର ବିଧାନସଭା ଆସନରୁ ସପା ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ମଧ୍ୟ ହୋଇଥିଲେ।
କିନ୍ତୁ ନିର୍ବାଚନ ଫଳାଫଳ ପରେ ତାଙ୍କ ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ତାଙ୍କ ଉପରେ ଅଭିଯୋଗ ଲାଗିଥିଲା କି, ଅବଦୁଲ୍ଲା ଆଜମ ନିର୍ବାଚନୀ ମଇଦାନରେ ନିଜର ଯେଉଁ ବୟସ ଦର୍ଶାଇଥିଲେ, ବାସ୍ତବରେ ତାଙ୍କ ବୟସ ସେତିକି ନୁହେଁ।
ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହା ଉପରେ ଶୁଣାଣି ହୋଇଥିଲା ଏବଂ ଅବଦୁଲ୍ଲାଙ୍କ ତରଫରୁ ଉପସ୍ଥାପିତ ଜନ୍ମ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସ୍ୱାର ଆସନରୁ ତାଙ୍କ ନିର୍ବାଚନ ରଦ୍ଦ କରାଯାଇଥିଲା।
ଏପରି କି, ଅବଦୁଲ୍ଲାଙ୍କ ଉପରେ ପ୍ରଥମ ଜନ୍ମ ପ୍ରମାଣପତ୍ର ଆଧାରରେ ପାସପୋର୍ଟ ହାସଲ କରିବା ଏବଂ ବିଦେଶ ଭ୍ରମଣ ସହିତ ସରକାରୀ ଉଦ୍ଦେଶ୍ୟରେ ଦ୍ୱିତୀୟ ସାର୍ଟିଫିକେଟ୍ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button