ଦେଶ
ସୀମାରେ ବି ଫର ଫର ହୋଇ ଉଡ଼ୁଛି ତ୍ରିରଙ୍ଗା – Ibnodisha

[ad_1]
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର ପରିବେଶ । ସୀମାରେ ବି ଫର ଫର ହୋଇ ଉଡ଼ୁଛି ଆମ ଦେଶର ଗର୍ବ । ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଯବାନମାନେ ମଧ୍ୟ ଭାରତ-ଚୀନ ସୀମାରେ ଜାତୀୟ ପତାକା ଉଡାଇଛନ୍ତି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଆମକୁ ସୁରକ୍ଷା ପ୍ରଦାନ କରିଛନ୍ତି ଆମ ସୁରକ୍ଷାକର୍ମୀ । ଥଣ୍ଡା ଓ ତୁଷାରପାତକୁ ଖାତିର ନ କରି ସୀମାରେ ଜାତୀୟ ପତାକା ଉଡାଇଛନ୍ତି ବୀର ଯବାନ । ଭାରତର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ ମଧ୍ୟ ଜାତୀୟ ପତାକା ଉଡୁଛି । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ କାର୍ଯ୍ୟକ୍ରମର ଆରମ୍ଭ ମଧ୍ୟ କରାଯାଇଥିଲା ।
[ad_2]




