ଚାଞ୍ଚଲ୍ୟ! ବନ୍ଦ ଘରୁ ବାହାରିଲା ୫ଟି ନରକଙ୍କାଳ – Ibnodisha

[ad_1]
ବେଙ୍ଗାଲୁରୁ: ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହେଲା ୫ଟି ନରକଙ୍କାଳ । ଚିତ୍ରଦୁର୍ଗା ଜିଲ୍ଲାର ଜେଲ୍ ରୋଡରେ ଥିବା ଏକ ପରତ୍ୟକ୍ତ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ୫ ଜଣଙ୍କ କଙ୍କାଳ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଅନୁମାନ କରାଯାଉଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଚିତ୍ରଦୁର୍ଗା ତାଲୁକର ଡୋଡାଭାବନାହଲ୍ଲୀର ବାସିନ୍ଦା ଜଗନ୍ନାଥ ରେଡ୍ଡୀ ଏହି ଘରେ ରହୁଥିଲେ । ଜଗନ୍ନାଥ ରେଡ୍ଡୀ ତୁମକୁର ଚଡଊ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟକାଳ ଶେଷ ହେବା ପରେ ସେ ଚିତ୍ରଦୁର୍ଗାରେ ରହୁଥିଲେ । ଜେଲ୍ ରୋଡରେ ଥିବା ଉକ୍ତ ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ୫ଟି କଙ୍କାଳ ପଡିଥିବା ଜଗନ୍ନାଥ ରେଡ୍ଡୀଙ୍କ ସମ୍ପର୍କୀୟ ପୱନ କୁମାର ସିଟି ପୋଲିସ ଷ୍ଟେସନରେ ଅଭିଯାଗ କରିଥିଲେ । ଜଗନ୍ନାଥ ରେଡ୍ଡୀ, ତାଙ୍କ ପତ୍ନୀ, ଝିଅ ତ୍ରିବେଣୀ, ପୁଅ କୃଷ୍ଣ ରେଡ୍ଡୀ ଓ ନରେନ୍ଦ୍ର ରେଡ୍ଡୀ ସେହି ଘରେ ରହୁଥିଲେ ।
ଏବେ ତାଙ୍କ ଘରୁ ୫ଟି କଙ୍କାଳ ମିଳିଛି । ଅଭିଯୋଗରେ ପୱନ କୁମାର ଆହୁରି ମଧ୍ୟ ଲେଖିଛନ୍ତି ଯେ, ଜଗନ୍ନାଥ ରେଡ୍ଡୀଙ୍କ ପରିବାର ସହ ପ୍ରାୟ ୫ ବର୍ଷ ହେଲା ଯୋଗାଯୋଗ ହୋଇପାରିନି । କୌଣସି କାରଣକୁ ନେଇ ସେ ଆମ ଘରକୁ ଆସୁନଥିଲେ । ଆମେ ତାଙ୍କ ଘରକୁ ମଧ୍ୟ ଯାଉନଥିଲୁ । ଉଦ୍ଧାର ହୋଇଥିବା କଙ୍କାଳ ଜଗନ୍ନାଥ ରେଡ୍ଡୀ ଓ ତାଙ୍କ ପରିବାର ଲୋକଙ୍କର ହୋଇଥାଇପାରେ । କିଛି ବର୍ଷ ପୂର୍ବେ ଘର ଭିତରେ ପୁରା ପରିବାର ସଦସ୍ୟଙ୍କର ମୃତ୍ୟୁ ହୋଇଥାଇପାରେ । କେଉଁ କାରଣରୁ ଏପରି ହୋଇଥାଇ ପାରେ ତାହା କିନ୍ତୁ ସନ୍ଦେହ ଘେରରେ । ଏହି ଘଟଣାରେ ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ପାଞ୍ଚ ଜଣଙ୍କ କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଏହି କଙ୍କାଳଗୁଡିକ ମେଡିକାଲରେ ପରୀକ୍ଷା କରାଯିବ । ଯଦିଓ ସେହି କଙ୍କାଳଗୁଡିକ ଜଗନ୍ନାଥ ରେଡ୍ଡିଙ୍କ ପରିବାର ଲୋକଙ୍କର ବୋଲି ସନ୍ଦେହ କରାଯାଉଛି ମାତ୍ର ଏହା ସ୍ପଷ୍ଟ ହୋଇପାରନି । ବର୍ତ୍ତମାନ ପୋଲିସ ସେହି କଙ୍କାଳଗୁଡିକର ପରିଚୟ ଖୋଜୁଛି ଓ କେବେ ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି । ଏହି ଘଟଣାରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
[ad_2]