୪୮୨ ସ୍ନାତକୋତ୍ତର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୪୮୨ ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ନିଯୁକ୍ତ ହୋଇଛନ୍ତି । ଏପରି ବିଦ୍ୟାଳୟରେ ଯୋଗ ଦେଇଥିବା ପିଜିଟି ଶିକ୍ଷକଙ୍କ ଏହା ହେଉଛି ପ୍ରଥମ ବ୍ୟାଚ୍ । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ନବନିଯୁକ୍ତ ଶିକ୍ଷକଙ୍କୁ ଆହ୍ୱାନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ନିଜକୁ ସଦାସର୍ବଦା ସର୍ବାଧୁନିକ ଶୈକ୍ଷିକ ଦକ୍ଷତା ସହ ଅପ୍ଡେଟ୍ ରଖ । ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)କୁ ଏକ ଅସ୍ତ୍ର ଭାବେ ବ୍ୟବହାର କର । ସେ କହିଥିଲେ ଯେ, ବିଭିନ୍ନ ବିଷୟରେ ଗଭୀର ଜ୍ଞାନ ଓ ପାରଦର୍ଶିତା ଥିବା ଶିକ୍ଷକମାନେ ଶ୍ରେଣୀଗୃହ ପରିବ୍ୟବସ୍ଥାକୁ ରୂପାନ୍ତରିତ କରିବେ । ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବେ । ସମସ୍ତ ଶିକ୍ଷକ ଉତ୍ସର୍ଗୀକୃତ ଭାବେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବେ ଏବଂ ରାଜ୍ୟର ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକଳ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ଶିକ୍ଷକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ଆମର ଭବିଷ୍ୟତ ନିର୍ଣ୍ଣୟ କରେ । ଏକ ଉତ୍ତମ ସମାଜ ବିକଶିତ ପାଇଁ ଏହା ମୌଳିକ ସହାୟତା ପ୍ରଦାନ କରିଥାଏ । ଗୁଣାତ୍ମକ ଶିକ୍ଷା ବ୍ୟକ୍ତିଗତ ଏବଂ ସାମାଜିକ ବିକାଶର ଏକ ସୂଚକ । ରାଜ୍ୟ ସରକାର ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଭିତ୍ତିଭୂମି ଦୃଷ୍ଟିରୁ ୫-ଟି ଉପକ୍ରମ ଅଧୀନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି । ଶିକ୍ଷଣ ଅଭିଜ୍ଞତା ବୃଦ୍ଧି କରିବାକୁ ଆଇଟିକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ହେବ । ୧୧୦ ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ ହୋଇଛି । ଚଳିତବର୍ଷ ଏ ସମସ୍ତ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ପଥରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଆଗକୁ ନେବା ଦିଗରେ ଉଚ୍ଚ ମାଧ୍ୟମିକ ସ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଉପାୟରେ ଗଢ଼ିବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଏହି ନିଯୁକ୍ତିରେ ପ୍ରାୟ ୫୦ ପ୍ରତିଶତ ମହିଳା ରହିଛନ୍ତି । ରାଜ୍ୟରେ ମହିଳା ସଶକ୍ତୀକରଣ ଏବଂ ସେମାନଙ୍କ ସ୍ଥିତି ବୃଦ୍ଧିରେ ଏହା ଏକ ସୂଚକ । ଦୁଇ ଶିକ୍ଷକ ରଶ୍ମି ମିଶ୍ର ଏବଂ ଈପ୍?ସିତା ବେହେରା ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ, ୫-ଟି ଉପକ୍ରମ ବ୍ୟବସ୍ଥାକୁ ରୂପାନ୍ତରିତ କରିଛି । ଯାହାଫଳରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା କେବଳ ୪ ମାସ ମଧ୍ୟରେ ସମାପ୍ତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍. ସ୍ୱାଗତ ଭାଷଣ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
[ad_2]