ରାଜ୍ୟ

ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ – Ibnodisha

[ad_1]

ଚିଲିକା : ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି । ସେଥିମଧ୍ୟରୁ ଏକ ନୂତନ ଅତିଥୀ ଭାବେ ପଲାସ ଫିସ୍ ଇଗଲ୍ ନାମକ ପକ୍ଷୀ ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ୫ ହଜାର ୮୩୦ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ସର୍ବ ମୋଟ ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଚିଲିକା କୁ ଆସିଛନ୍ତି । ସେଥିମଧ୍ୟରୁ କେବଳ ନଳବଣରେ ୩ ଲକ୍ଷ ୪୨ ହଜାର ୮୯୭ ପକ୍ଷୀ ରହୁଥିବା ଦେଖିବାକୁ ମିଳିଛି । ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ। ଗଣନାରେ ନର୍ଦର୍ଣ୍ଣ ପିନଟେଲ୍ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏମାନଙ୍କ ସଂଖ୍ୟା ହେଲା ୨ ଲକ୍ଷ ୧୮ ହଜାର ୬୫୦। ସେହିଭଳି ୧ ଲକ୍ଷ ୪୦ ହଜାର ୩୮୨ଟି ଉଇଜନ ପକ୍ଷୀ, ୮୨୦ ଟି ଫ୍ଲେମିଙ୍ଗୋ ଆସିଛନ୍ତି । ଏନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button