କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ଖୁସି ଖବର; ଗଡ଼ିବ ମେମୁ ଟ୍ରେନ୍ – Ibnodisha

[ad_1]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ଖୁସି ଖବର । କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ୍ । ହରିଦାସପୁର-ପାରାଦୀପ ଟ୍ରାକ୍ରେ ଗଡ଼ିବ ପାସେଞ୍ଜର ଟ୍ରେନ୍ । ଏ ନେଇ ସୂଚନା ଦେଲେ ଡିଆର୍ଏମ୍ ଏସ୍ଏସ୍ ବାଜୱା । ଆସନ୍ତା ୫ ତାରିଖରେ କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନ୍ର ଫ୍ଲାଗ୍ ଅଫ୍ କରିବାକୁ କାର୍ଯ୍ୟକ୍ରକ ରହିଛି । ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯାଏଁ ଗଡ଼ିବ ମେମୁ ଟ୍ରେନ୍ । ଏ ନେଇ ଆଜି ପାରାଦୀପ-ହରିଦାସପୁର ଲାଇନ୍ର ଯାଞ୍ଚ ହୋଇଛି । ସେଫ୍ଟି ସିକ୍ୟୁରିଟି କିମଶନର ରିପୋର୍ଟ ଦେବା ପରେ ସମୟ ନିର୍ଘଣ୍ଟ କରାଯିବ ।
ଆସନ୍ତା ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଥିସହ କେନ୍ଦୁଝରଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ନୂର୍ବତଟ ରେଳ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ପାରାଦ୍ୱୀପ ଓ ଯାଜପୁର-କେନ୍ଦୁଝର ରୋଡ(କନକୋର ସାଇଡିଂ)ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଯୋଗେ କାର୍ଯ୍ୟକ୍ରମ ଉଦ୍ଘାଟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଚିଠି ହୋଇଥିବା ଜଣାପଡ଼ିଛି।
[ad_2]




