ରାଜ୍ୟ

ଗାଧୋଇବାକୁ ଯାଇଥିବାବେଳେ ଡ୍ୟାମରେ ବୁଡି ଦୁଇ ମୃତ – Ibnodisha

[ad_1]

ସୁନ୍ଦରଗଡ: ସୁନ୍ଦରଗଡ ସୀମାନ୍ତ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡ୍ୟାମରେ ବୁଡି ୧୦ ବର୍ଷର ଝିଅ ଓ ୯ ବର୍ଷର ସମ୍ପର୍କୀୟ ଭାଇର ମୃତ୍ୟୁ ଘଟିଛି । ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ । ଅନେକ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ କୁଦରସାହି ଡ୍ୟାମରୁ ମିଳିଥିଲା । ଏପରି ଘଟଣା ପରେ ଅଞ୍ଚଳକୁ ଶୋକର ଛାୟା ଖେଳିଯାଇଛି । ପୁଲିସ ଉଭୟ ଶବକୁ ଉଦ୍ଧାର କରି ବ୍ୟବେଛେଦ ପାଇଁ ପଠାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button