ଦେଶ

ରେସ୍ତୋରାଁ ‘ଚିକେନ୍‌’ ଥାଳିରୁ ବାହାରିଲା ମଲାମୂଷା; ମ୍ୟାନେଜର୍‌ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ – Ibnodisha

[ad_1]

ମୁମ୍ବାଇ: ଜଣେ ଗ୍ରାହକଙ୍କୁ ପରିବେଷଣ କରାଯାଇଥିବା ‘ଚିକେନ୍‌’ ଥାଳିରୁ ମଲାମୂଷା ବାହାରିବାରୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଲୋକପ୍ରିୟ ରେସ୍ତୋରାଁର ମ୍ୟାନେଜର୍‌ ଓ ରୋଷେୟାଙ୍କ ନାଁ’ରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।ମାମଲା ରୁଜୁ ହେବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ମଧ୍ୟ ପୁଲିସ ସୂଚନା ଦେଇଛି।ଅଭିଯୋଗକାରୀ ଅନୁରାଗ ସିଂହ କହିଛନ୍ତି, ଖାଇବା ପାଇଁ ସେ ଜଣେ ବନ୍ଧୁଙ୍କୁ ସଙ୍ଗରେ ନେଇ ବାନ୍ଦ୍ରା ପଶ୍ଚିମାଞ୍ଚଳ ଅନ୍ତର୍ଗତ ପାଲି ହିଲ୍‌ରେ ଥିବା ଗୋଟାଏ ରେସ୍ତୋରାଁକୁ ଯାଇଥିଲେ। ସେମାନେ ରୁଟି, ଚିକେନ୍‌ ଓ ମଟନ୍‌ ଥାଳି ପାଇଁ ଅର୍ଡର୍‌ ବା ବରାଦ ଦେଇଥିଲେ।ଖାଇବା ବେଳେ ଖଣ୍ଡେ ମାଂସର ସ୍ବାଦ ସେମାନଙ୍କୁ ଭିନ୍ନ ଲାଗିଲା। ନିରେଖି ଦେଖିବାରୁ ସେମାନେ ଜାଣିଲେ ସେଇଟା ଗୋଟାଏ ମଲା ଚୁଟିଆମୂଷା। ରେସ୍ତୋରାଁ ମ୍ୟାନେଜର୍‌ଙ୍କୁ ଅନୁରାଗ ସିଂହ ଏକଥା ପଚାରିବାରୁ ସେ ଅସନ୍ତୋଷଜନକ ବା କଥା ଏଡ଼ାଇବା ପରି ଉତ୍ତର ଦେଲେ। ତେଣୁ, ସେ ଯାଇ ବାନ୍ଦ୍ରା ଥାନାରେ ଅଭିଯୋଗ କଲେ।ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ ରେସ୍ତୋରାଁ ମ୍ୟାନେ‌ଜର୍‌ ଭିଭିଆନ୍‌ ଆଲବର୍ଟ ଶିକାୱେର୍‌, ସେ ସମୟରେ ରେସ୍ତୋରାଁରେ ଥିବା ରୋଷେୟା ଓ ଚିକେନ୍‌ ସପ୍ଲାୟର୍‌ଙ୍କ ନାଁରେ ମାମଲା ରୁଜୁ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button