ଦେଶ

ସ୍କୁଲ ନଯିବାରୁ ଗାଳି କଲେ ମାଆ, ରାଗରେ ଜୀବନ ହାରିଦେଲା ଝିଅ – Ibnodisha

[ad_1]

ଚଣ୍ଡିଗଡ଼: ସହି ପାରିଲେନି ମାଆର ଗାଳି । ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ହରିୟାଣାର ପାନିପଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ମାଆ ନିଜ ଝିଅକୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରିଦେଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହରିୟାଣାର ପାନିପଥରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସ୍କୁଲ ନଯିବାରୁ ମାଆ ତାଙ୍କୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରି ଦେଇଛି । ଘରେ ଏକୁଟିଆ ଥିବାବେଳେ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ମୃତକଙ୍କ ସାନଭାଇ ସ୍କୁଲରୁ ଫେରି ଘରର କବାଟ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠି ପହଞ୍ଚି ମୃତଦେହକୁ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବର୍ତ୍ତମାନ ପୋଲିସ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି ।

ତେବେ ମୃତକଙ୍କ ପରିବାର ବିହାରର ବାସିନ୍ଦା ଅଟନ୍ତି । ବର୍ତ୍ତମାନ ସେ ପାନିପଥର ରାଜନଗରରେ ରହୁଛନ୍ତି । ପରିବାରର ଚତୁର୍ଥ ସନ୍ତାନ ମଧ୍ୟରୁ ମୃତ ନାବାଳିକା ଛାତ୍ରୀ ଦ୍ୱିତୀୟ ସନ୍ତାନ ଅଟନ୍ତି । ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିଥିବା ଝିଅ ରାଜନଗରର ଏକ ସରକାରୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସେ ଗତ ଦୁଇ ଦିନ ଧରି ସ୍କୁଲ ଯାଉନଥିବାରୁ ଘଟଣା ଦିନ ସକାଳେ ମାଆ ତାଙ୍କୁ ଗାଳିଗୁଲଜ କରି ଦୁଇଥର ଚାପୁଡ଼ା ମାରିଥିଲେ । ଏହାପରେ ଛାତ୍ରୀଙ୍କ ବାପାମାଆ ଡ୍ୟୁଟି କରିବାକୁ ଯାଇଥିଲେ । ଅନ୍ୟ ତିନି ଭାଇ ଓ ଭଉଣୀ ବିଦ୍ୟାଳୟକୁ ଯାଇଥିଲେ । ଏହି ସମୟରେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ । ଅପରାହ୍ନରେ ତାଙ୍କ ଭାଇ ଘରକୁ ଫେରି ଦେଖିଲା ବେଳକୁ ଭଉଣୀ ଜୀବନ ହାରିଦେଇଥିବା ସେ ଦେଖିଥିଲେ । ତଦନ୍ତ ଅଧିକାରୀ କହିଛନ୍ତି ଯେ, ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଷ୍ଟମର୍ଟମ କରାଯାଇଛି ଏବଂ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button