ଲ୍ୟାଣ୍ଡିଂ ପୂର୍ବରୁ କ୍ରାସ୍ ହେଲା ହେଲିକପ୍ଟର, ପାଇଲଟ୍ଙ୍କ ଅବସ୍ଥା ଗୁରୁତର; ଏୟାରଲିଫ୍ଟ କରାଯାଇ ନିଆଗଲା ହସ୍ପିଟାଲ – Ibnodisha

[ad_1]
ନୂଆଦିଲ୍ଲୀ: ନେପାଳରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ମୁତାବକ, ମନାଙ୍ଗ୍ ଏୟାରର ଏହି ହେଲିକପ୍ଟର ସୋଲୁଖୁମ୍ବୁ ଅଭିମୁଖେ ଉଡ଼ାଣ ଭରିଥିଲା, କିନ୍ତୁ ପାହାଡ଼ିଆ ଅଞ୍ଚଳ ଲୋବୁଚେରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଶନିବାର ସକାଳେ ହୋଇଥିବା ସୂଚନା ରହିଛି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜଗନ୍ନାଥ ନିରୋଲା କହିଛନ୍ତି ଯେ ହେଲିକପ୍ଟର ୯ଘ ଇଘଔ ଉତ୍ତର-ପୂର୍ବ ନେପାଳର ଲୋବୁଚେରେ ଅବତରଣ କରିବା ସମୟରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହାଫଳରେ ସେଥିରେ ନିଆଁ ଲାଗିଥିଲା।
ଯାତ୍ରୀମାନଙ୍କୁ ନେବା ପାଇଁ ହେଲିକପ୍ଟରଟି ସକାଳ ୭ଟା ୧୩ରେ ଲୁକଲାଠାରୁ ସୋଲୁଖୁମ୍ବୁ ପାଇଁ ଉଡ଼ାଣ ଭରିଥିଲା। କିନ୍ତୁ ଅବତରଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ବିମାନରେ ଏକୁଟିଆ ଥିବା କ୍ୟାପଟେନ ପ୍ରକାଶ କୁମାର ସେଧାଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି।
ଆହତ ପାଇଲଟଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ କାଠମାଣ୍ଡୁ ପଠାଯାଇଛି। ଦୁର୍ଘଟଣାର କାରଣ ଏ ପର୍ୟ୍ୟନ୍ତ ଜଣା ପଡିନାହିଁ। ଆଶଙ୍କା କରାଯାଉଛି ଯେ ହେଲିକପ୍ଟର ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଛି। କହି ରଖୁଛୁ, ଏହାପୂର୍ବରୁ ଜୁଲାଇ ୧୧ରେ ସୋଲୁଖୁମ୍ବୁ ଜିଲ୍ଲାର ଲିଖୁପିକେ ଗ୍ରାମୀଣ ନଗରପାଳିକାର ଲମଜୁରାରେ ମନାଙ୍ଗ ଏୟାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।
The post ଲ୍ୟାଣ୍ଡିଂ ପୂର୍ବରୁ କ୍ରାସ୍ ହେଲା ହେଲିକପ୍ଟର, ପାଇଲଟ୍ଙ୍କ ଅବସ୍ଥା ଗୁରୁତର; ଏୟାରଲିଫ୍ଟ କରାଯାଇ ନିଆଗଲା ହସ୍ପିଟାଲ appeared first on ONA KHABAR.
[ad_2]