ଖେଳ ପାଇଁ ‘ବିଗ୍ବସ୍’ର ସୁଟିରୁ ଉଠି ସ୍ପୋର୍ଟସ ଷ୍ଟୁଡିଓ ଆଡେ ଧାଇଁଲେ ଭାଇଜାନ – Ibnodisha

[ad_1]
ନୂଆଦିଲ୍ଲୀ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍ ବିଶ୍ବକପ୍୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇ ପାକିସ୍ତାନକୁ ବ୍ୟାଟିଙ୍ଗ୍ ସୁଯୋଗ ଦେଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଗଲାଣି। ଏହି ଅବସରରେ ବଲିଉଡ୍ କଳାକାରମାନେ ବି ପୂରା ଜୋଶର ସହ ଟିମ୍ ଇଣ୍ଡିଆକୁ ନିଜର ସମର୍ଥନ ଦେଇ ଚାଲିଛନ୍ତି। ଖେଳ ଦେଖିବା ପାଇଁ ‘ବିଗ୍ବସ୍’ର ସୁଟି ଛାଡ଼ି ‘ଷ୍ଟାର୍ ସ୍ପୋର୍ଟସ’ର ଷ୍ଟୁଡିଓରେ ପହଞ୍ଚିଛନ୍ତି ସଲ୍ମାନ ଖାନ୍।
ଷ୍ଟୁଡିଓରୁ ଭାଇଜାନ୍ଙ୍କ ପ୍ରଥମ ଫଟୋ ଆସି ସାରିଲାଣି। ଯେଉଁ ଫଟୋରେ ସେ ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ଓ ହରବଜନ ସିଂହଙ୍କୁ ଭେଟିଛନ୍ତି। ସେମାନଙ୍କୁ ଭେଟି ସେମାନଙ୍କ ସହ କିଛି ଆଲୋଚନା କରୁଥିବାର ନଜର ଆସିଛନ୍ତି ଭାଇଜାନ୍।
ସଲ୍ମାନ୍ ଖାନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଫଟୋ ସେୟାର୍ କରି ମ୍ୟାଚ୍ ପାଇଁ ନିଜର ଉତ୍ସୁକତା ପ୍ରକାଶ କରିଛନ୍ତି। ଭାଇଜାନଙ୍କୁ ଷ୍ଟୁଡିଓରେ ‘ଟାଇଗର୍-୩’ ଗେଟ୍-ଅପ୍ରେ ଦେଖିବାକୁ ମିଳିଛି।
‘ଟସ୍’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍ କରିବୁ, ଏଭଳି ଚମତ୍କାର ପରିବେଶରେ ଏହାଠାରୁ ଅଧିକ କିଛି କରିପାରିବୁ ନାହିଁ। ଆମ ଭିତରୁ ଅନେକ ନିଶ୍ଚୟ ଅସାଧାରଣ ଅନୁଭୂତି ହାସଲ କରିବେ। ଟ୍ରାକ୍ ଭଲ ଅଛି।
ପାକିସ୍ତାନର ଅଧିନାୟକ କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବୋଲିଙ୍ଗ୍ କରିବାକୁ ଚାହୁଁଥିଲୁ। ଆମେ ଦୁଇଟି ମ୍ୟାଚ୍ ଜିଣି ଆସିଥିବାରୁ ସାମର୍ଥ୍ୟ ଓ ଭରସା ଅଛି। ଷ୍ଟାଡିୟମ୍ରେ ଭରପୂର ଦର୍ଶକ ଥିବାରୁ ଖେଳ ଉପଭୋଗ୍ୟ ହେବ। ଦୁଇଥର ଅଭ୍ୟାସ କରିଥିବାରୁ ଏ ପଡ଼ିଆରେ ଭଲ ପ୍ରଦର୍ଶନ କରିବୁ।
[ad_2]