ଦେଶ

୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କଲେ ମୋଦୀ – Ibnodisha

[ad_1]

ନୂଆଦିଲ୍ଳୀ :ଗୁରୁବାର ଦିନ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ‘ବିକାଶ ଭାରତ ବିକାଶ ଜମ୍ମୁ କଶ୍ମୀର’ କାର୍ଯ୍ୟକ୍ରମରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି। ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଶ୍ରୀନଗରର ଚମତ୍କାର ଲୋକଙ୍କ ମଧ୍ୟରେ ସମୟ ବିତାଇ ବହୁତ ଖୁସି ଅନୁଭବ କରିଛନ୍ତି। ଆଜି ଉତ୍ସର୍ଗୀକୃତ ବିକାଶମୂଳକ ପ୍ରକଳ୍ପ ଜମ୍ମୁ କଶ୍ମୀରର ବିକାଶକୁ ବୃଦ୍ଧି କରିବ। ବିକଶିତ ଭାରତ ପାଇଁ ଜମ୍ମୁ କଶ୍ମୀର ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମୋଦୀ ତାଙ୍କ ଭାଷଣରେ କହିଛନ୍ତି, “ମୋତେ କୁହାଯାଇଛି ଯେ ୨୮୫ ଟି ବ୍ଲକର ୧ ଲକ୍ଷ ଲୋକ ଆମ ସହିତ ଯୋଗ ଦେଇଛନ୍ତି। ମୁଁ ଜାମ୍ମୁ କାଶ୍ମୀରବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ହେଉଛି ନୂଆ ଜମ୍ମୁ କଶ୍ମୀର ଯାହା ପାଇଁ ଆମେ ଦଶନ୍ଧି ଧରି ଅପେକ୍ଷା କରିଛୁ। ଏହା ହେଉଛି ନୂଆ ଜମ୍ମୁ ଏବଂ କଶ୍ମୀର ଯେଉଁଥି ପାଇଁ ଶ୍ୟାମ ପ୍ରସାଦ ମୁଖାର୍ଜୀ ନିଜ ଜୀବନକୁ ବଳିଦାନ ଦେଇଛନ୍ତି।’’ ଏକ ସରକାରୀ ବିବୃତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ୧୪୦୦ କୋଟିରୁ ଅଧିକ ମୂଲ୍ୟର ‘ସ୍ବଦେଶ ଦର୍ଶନ’ ଏବଂ ‘ପ୍ରସାଦ’ ଯୋଜନା ଅଧୀନରେ ଦେଶବ୍ୟାପୀ ପ୍ରକଳ୍ପ ଆରମ୍ଭ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button