ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ; କିନ୍ତୁ କାହିଁକି ଜାଣନ୍ତୁ…. – Ibnodisha

[ad_1]
ୱାଶିଂଟନ୍: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ । ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି । ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍ ଲଞ୍ଚ ସମୟରେ ମସ୍କ ନିଜ ବାପାଙ୍କୁ ନିମନ୍ତ୍ରଣ କରିଥିଲେ । ଦୀର୍ଘ ୭ବର୍ଷ ପରେ ମସ୍କ ନିଜ ବାପାଙ୍କୁ ଭେଟିଥିଲେ । ଏହି ସମୟରେ ପୁରା ପରିବାର ଭାବବିହ୍ୱଳ ହୋଇଯାଇଥିଲେ । ଏଲନଙ୍କ ବାପା ଏରୋଲ ମସ୍କ ଏଲନଙ୍କ ନିମନ୍ତ୍ରଣ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପରେ ପୁଅର ନିମନ୍ତ୍ରଣରେ ଖୁସି ହୋଇ ନିଜର ପୂର୍ବ ସ୍ତ୍ରୀ ଓ ନାତୁଣୀଙ୍କ ସହ ପହଞ୍ଚିଥିଲେ । ନିଜ ଧରମ ଝିଅ ସହ ଏରୋଲ ଶାରୀରିକ ସମ୍ପର୍କ ରଖିଥିବା ସେ ନିଜେ ସ୍ୱୀକାର କରିଛନ୍ତି । ଏଥିରେ ତାଙ୍କର ଦୁଇଟି ଶିଶୁ ମଧ୍ୟ ଜନ୍ମ ହୋଇଛି । ଏଲନଙ୍କୁ ବାପାଙ୍କର ଏପରି ବ୍ୟବହାର ଭଲ ଲାଗି ନ ଥିଲା । ଏବଂ ବାପାଙ୍କ ସହ ମତଭେଦ ହୋଇଯାଇଥିଲା । ଖାସ୍? ଏଥିପାଇଁ ସେ ତାଙ୍କ ବାପାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ତାଙ୍କ ଠାରୁ ୭ବର୍ଷ ଯାଏଁ ଦୂରେଇ ରହିଥିଲେ । ଏଲନ ମସ୍କଙ୍କର ମଧ୍ୟ ୭ଟି ପିଲା ଅଛନ୍ତି । ତାଙ୍କ କମ୍ପାନୀର ଅଧିକାରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା ବହୁ ଅଭିଯୋଗ ମଧ୍ୟ ହୋଇଛି ।
[ad_2]