ଦେଶ

ଭାରତୀୟ ନୌସେନା ଓ ଏନସିବିର ଟିମ ଜବତ କରିଛି ୩,୩୦୦ କିଲୋଗ୍ରାମ ଡ୍ରଗ୍ସ – Ibnodisha

[ad_1]

ନୂଆଦିଲ୍ଳୀ: ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଟିମ ଗୁଜୁରାଟର ପୋରବନ୍ଦର ନିକଟ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି। ସୂଚନାନୁସାରେ ଚଢ଼ାଉ ବେଳେ ୩୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଥିବା ଜାହାଜର ପାଞ୍ଚ ଜଣ କର୍ମଚାରୀ, ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି। ଅଧିକାରୀମାନେ ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ମୋଟ ମୂଲ୍ୟ ନିର୍ଦ୍ଦାରଣ କରିନାହାନ୍ତି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button