ଦେଶ

ବିବାହ କରିବେ ଅଭିନେତା ବିଦ୍ୟୁତ ଜମୱାଲ ଜାଣନ୍ତୁ କେଉଁଠି? – Ibnodisha

[ad_1]

ନୂଆଦିଲ୍ଲୀ: ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ବିଦ୍ୟୁତ୍ ଜମୱାଲ । ଗାର୍ଲଫ୍ରେଣ୍ଡ ନନ୍ଦିତା ମହତାନିଙ୍କ ସହ ଲଣ୍ଡନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଦ୍ୟୁତ । ଅଭିନେତାଙ୍କ ବିବାହକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ।
ସେ ନିଜ ଷ୍ଟଣ୍ଟ ଏବଂ ମାର୍ଶଲ ଆର୍ଟ ପାଇଁ ଖୁବ ଲୋକପ୍ରିୟ । ଏହି ଅଭିନେତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ ହେଉଥିବା ବେଳେ ଏବେ ସମସ୍ତଙ୍କ ହୃଦୟ ଭାଙ୍ଗିବାକୁ ଯାଉଛନ୍ତି ଏହି ଅଭିନେତା । କାରଣ ଅଭିନେତାଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ  ନନ୍ଦିତାଙ୍କୁ ନିଜର କରିବାକୁ ଯାଉଛନ୍ତି । ଗତବର୍ଷ ଏହି କପଲ ନିର୍ବନ୍ଧ କରିଥିଲେ । ଏହା ପରଠାରୁ ତାଙ୍କ ବିବାହକୁ ନେଇ ଗୁଜବ କ୍ରମାଗତ ଭାବରେ ଶୁଣିବାକୁ ମିଳୁଥିଲା । ଗତବର୍ଷ ମଧ୍ୟ କୁହାଯାଇଥିଲା ଯେ ଦୁହେଁ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ସେମିତି କିଛି ହୋଇନଥିଲା  । ଏ ସମସ୍ତ ଗୁଜବ  ବୋଲି  ପ୍ରମାଣିତ ହୋଇଥିଲା । ସେମିତି ଏବେ ପୁଣିଥରେ ବିଦ୍ୟୁତ ଓ ନନ୍ଦିତାଙ୍କ ବିବାହ ଅପଡେଟ ସାମ୍ନାକୁ ଆସିଛି । ଏହି କପଲ ଗତବର୍ଷ ଜୁଲାଇରେ ବିବାହ କରିଥିଲେ । କିନ୍ତୁ ଦୁହେଁ ନିଜ ବିବାହକୁ ଗୁପ୍ତ ରଖିଛନ୍ତି । ଏବେ ପୁଣିଥରେ ସମ୍ପୂର୍ଣ୍ଣ ବିଧିବିଧାନରେ ସେମାନେ ବିବାହ କରିବେ ବୋଲି ଶୁଣାଯାଉଛି । ମିଡିଆ ଅନୁସାରେ ବିଦ୍ୟୁତ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ, ଟେନସିଲ ଟାଉନରେ ବିବାହ କରିବେ। ସେ ଖୁବ ଶୀଘ୍ର ଲଣ୍ଡନ ଯିବେ କାରଣ ତାଙ୍କ ପ୍ରେମିକା ସେଠି ରହୁଛନ୍ତି । ଫ୍ୟାନ୍ସମାନେ ଅତି ଆଗ୍ରହର ସହିତ ଏହି ବିବାହ ପାଇଁ ଅପେକ୍ଷା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button