ଦେଶ

ହନୁମାନ ବେଶରେ ନଜର ଆସିବେ ସନ୍ନିଦେଓଲ – Ibnodisha

[ad_1]

ନୂଆଦିଲ୍ଲୀ: ଖ୍ୟାତନାମା ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ‘ରାମାୟଣ’ରେ ସନ୍ନି ଦେଓଲଙ୍କୁ ହନୁମାନ ଭୂମିକାରେ ଦେଖିବାକୁ ମିଳିପାରେ । ଏନେଇ ସନ୍ନି ଏବଂ ନୀତେଶଙ୍କ ମଧ୍ୟରେ ଦୁଇ ତିନି ପର୍ୟ୍ୟାୟ କଥାବାର୍ତ୍ତା ସରିଥିବା ଜଣାପଡ଼ିଛି। ନୀତେଶଙ୍କ ରାମାୟଣରେ ରାମ ଭୂମିକାରେ ରଣବୀର କପୁର ଥିବା ବେଳେ ସୀତାଙ୍କ ଭୂମିକା ନିର୍ବାହ କରିବେ ସାଇ ପଲ୍ଲବୀ। ଅଭିନେତା ୟଶ୍‌ ରାବଣ ଭୂମିକାରେ ଅବତୀର୍ଣ୍ଣ ହେବେ। ୨୦୨୪ ଜାନୁଆରୀରୁ ରାମାୟଣର ସୁଟିଂ ଆରମ୍ଭ ହେବ। ୟଶ୍‌ ଜୁଲାଇରୁ ସୁଟିରେ ଯୋଗଦେବେ। ହନୁମାନ ଭୂମିକାରେ ସନ୍ନିଙ୍କୁ ହିଁ ନେବାପାଇଁ ନୀତେଶ ଚାହୁଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିବେ ବୋଲି କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button