ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର – Ibnodisha

[ad_1]
ମୁମ୍ବାଇ: ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିଷରେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଥୁନଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଅଭିନେତା ତାଙ୍କ ଛାତିରେ ଯନ୍ତଣା ଅନୁଭବ କରିଥିଲେ । ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରର୍ଥାନା କରୁଛନ୍ତି ।
ସୂଚନାନୁସାରେ ମିଥୁନଙ୍କୁ ଏବେ ୭୩ ବର୍ଷ । ଶନିବାର ସକାଳେ ଅର୍ଥାତ୍ ୧୦ ଫେବୃଆରୀରେ ସେ ହଠାତ୍ ଛାତିରେ ଯନ୍ତଣା ଅନୁଭବ କଲେ । ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ କରିଥିଲେ ଅଭିନେତା । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପୂର୍ବରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ସେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଆଉ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ ।
ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ପଦ୍ମ ଭୂଷଣ ପାଇବା ପରେ ସେ ଖୁସି ବ୍ୟକ୍ତ କରିବା ସହ ଏହି ପୁରସ୍କାର ପାଇ ଖୁସି ଅଛନ୍ତି ବୋଲି କହିଥିଲେ । ସେ କହିଥିଲେ ମୁଁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ କଦାପି କାହା ପାଇଁ ମୋ ପାଇଁ କିଛି ମାଗିନଥିଲି । ଏଥିପାଇଁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ସମସ୍ତଙ୍କ ପ୍ରେମ ଓ ଭଲ ପାଇବା ପାଇଁ ମୁଁ ସମସ୍ତଙ୍କ ଧନ୍ୟବାଦ ଜଣାଉଛି । ମୁଁ ଏହି ପୁରସ୍କାର ମୋର ପ୍ରସଂଶକମାନଙ୍କ ଉତ୍ସର୍ଗ କରୁଛି । ଏହି ପୁରସ୍କାର ସମଗ୍ର ବିଶ୍ୱରେ ମୋର ପ୍ରଶଂସକମାନଙ୍କ ପାଇଁ ଯେଉଁମାନେ ମୋତେ ନିସ୍ୱାର୍ଥପର ପ୍ରେମ ଦେଇଛନ୍ତି ।
[ad_2]