ଦେଶ

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ – Ibnodisha

[ad_1]

ନ୍ୟୁୟର୍କ: ଭାରତୀୟ ସମୁଦାୟଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ଲଗାତାର ଭାରତୀୟ ଛାତ୍ର ଓ ମୂଳ ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି । କେତେବେଳେ ମରଣାନ୍ତକ ଆକ୍ରମଣ ତ ଆଉ କେତେବେଳେ ହତ୍ୟା । ଏବେ ଆମେରିକାର ଓହିଓ ପ୍ରଦେଶରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଉମା ସତ୍ୟସାଇ ଗଡ୍ଡେ ଏବଂ ସେ କ୍ଲେଭଲାଣ୍ଡରେ ପଢୁଥିଲେ । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କୁହାଯାଇଛି, କ୍ଲେଭଲାଣ୍ଡରେ ଭାରତୀୟ ଛାତ୍ର ଉମା ସତ୍ୟସାଇ ଗଡ୍ଡେଙ୍କ ମୃତ୍ୟୁରେ ଆମେ ଖୁବ୍ ଦୁଃଖିତ । ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । ଭାରତରେ ଥିବା ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଅଛୁ । ଖୁବଶୀଘ୍ର ତାଙ୍କର ମୃତଦେହ ଭାରତ ଫେରାଇବା ଠାରୁ ଆରମ୍ଭ କରି ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button