ଦେଶ

‘ମେରା ଭାରତ ମେରା ପରିବାର’ ଅଭିଯାନ ଆରମ୍ଭ କଲେ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ‘ମେରା ଭାରତ, ମେରା ପରିବାର’ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଅଭିଯାନର ଥିମ ଗୀତ ମଧ୍ୟ ମୁକ୍ତିଲାଭ କରିଥିଲା ।  ନିର୍ବାଚନ ଆୟୋଗ ଶନିବାର ଅପରାହ୍ଣ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ଏହି ଅଭିଯାନ ପାଇଁ ଶେୟାର ହୋଇଥିବା ଭିଡିଓରେ କିସାନ ସମ୍ମାନ ନିଧି ଯୋଜନା, ହର୍ ଘର ନଳ ଯୋଜନା, ଉଜ୍ୱଳା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଭଳି ମୋଦୀ ସରକାରଙ୍କ ଅନେକ ପ୍ରକଳ୍ପର ଝଲକ ଦେଖାଯାଇଛି । ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଶେୟାର କରିଥିବା ଭିଡିଓରେ କେନ୍ଦ୍ର ସରକାରଙ୍କ ସଫଳତା ଏବଂ ଯୋଜନାଗୁଡ଼ିକର ଝଲକ ଦେଖିବାକୁ ମିଳିବ । ଏହି ଭିଡିଓରେ ୟୁକ୍ରେନ ଯୁଦ୍ଧ ସମୟରେ ସୁରକ୍ଷିତ ଭାବେ ଭାରତକୁ ଅଣାଯାଇଥିବା ଛାତ୍ର ତଥା ଅସୁବିଧାଜନକ ସ୍ଥିତିରେ ଭାରତୀର ସଫଳତା ଦେଖିବାକୁ ମିଳିବ । ଏହି ଅଭିଯାନ ମାଧ୍ୟମରେ ମୋଦୀ ଭାରତୀୟ ରାଜନୀତିରେ ପରିବାରବାଦ ଏବଂ ବଂଶବାଦ ଉପରେ ଆକ୍ରମଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button