ଦେଶ

ଦୁଇ ଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ଗୁଆହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଆସାମ ଗସ୍ତରେ ଯାଇ ଶନିବାର ସନ୍ଧ୍ୟାରେ ସେଠାରେ ପହଞ୍ଚିଛନ୍ତି। ଗସ୍ତକାଳରେ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ୧୧,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଦୀ ଗୁଆହାଟୀର ଖାନପାଡା ଭେଟେନାରୀ କଲେଜ ପରିସରରେ ବିରାଟ ଜନସଭାକୁ ସମ୍ବୋଧିତ କରିବା ସହ ୫୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ‘ମା କାମାକ୍ଷା ଦିବ୍ୟଲୋକ ପରିଯୋଜନା’ ପ୍ରକଳ୍ପ ଏବଂ ନେହେରୁ ଷ୍ଟାଡିୟମ ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

ନେହେରୁ ଷ୍ଟାଡିୟମକୁ ଫିଫା ସ୍ବୀକୃତିପ୍ରାପ୍ତ ଅନ୍ୟ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରିବାକୁ ୮୩୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆସାମରେ ୪୩ଟି ସଡକର ଆଧୁନିକୀକରଣ ପାଇଁ ୩୪୪୪ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାବ୍ୟତୀତ ସେ ୫୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କରିମଗଞ୍ଜ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କୁହାଯାଇଛି। ଅନ୍ୟ ପ୍ରକଳ୍ପ ମଧ୍ୟରେ ଗୁଆହାଟୀ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ ୩୨୫୦ କୋଟି ବରାଦ କରାଯାଇଛି। ରବିବାର ମୋଦୀ କାମାକ୍ଷା ମନ୍ଦିର ଦର୍ଶନ କରିବାପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button