ଦେଶ
ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ବେଲ୍
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି । ଜମି ଦୁର୍ନୀତିରେ ମାମଲାରେ ଗିରଫ ହେମନ୍ତ ସୋରେନଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜୁନ୍ ୧୩ରେ କୋର୍ଟ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସୋରେନ ଅନେକ ମାସ ଧରି ଜେଲରେ ଅଛନ୍ତି । ଜାମିନ ପାଇବା ପରେ ବହୁତ ଜଲ୍ଦି ସେ ଏବେ ଜେଲରୁ ବାହାରିବେ । ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିବେ ।ଚଳିତ ବର୍ଷ ଜାନୁୟାରୀ ୩୧ରେ ଇଡି ଏହି ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଇଡି ହେମନ୍ତ ସୋରେନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା । ଜାମିନ ଦ୍ୱାରା ତଦନ୍ତ ପ୍ରଭାବିତ ହେବ ବୋଲି ଇଡି କହିଥିଲା । ଯଦିଓ କୋର୍ଟ ଇଡି କଥା ଶୁଣି ନ ଥିଲେ ଏବଂ ଜାମିନ ପ୍ରଦାନ କରିଥିଲେ । କହି ରଖୁଛୁ ଯେ ଏହାପୂର୍ବରୁ ସୋରେନଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଥିଲା ।