ଦେଶ

ଭାରତର ଆବେଦନ ସ୍ବୀକାର କଲା କାତାର; ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୃତ୍ୟୁଦଣ୍ଡାଦେଶର ହେବ ପୁନଃ ଶୁଣାଣି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ବୀକାର କରିଛନ୍ତି କାତାର କୋର୍ଟ। ଖୁବଶୀଘ୍ର କାତାର ଅଦାଲତ ଏହି ଆବେଦନ ଉପରେ ଶୁଣାଣି କରିବେ ବୋଲି କୁହାଯାଉଛି। କାତାର କୋର୍ଟ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ଭାରତ ଏହା ବିରୋଧରେ ତୁରନ୍ତ ଆବେଦନ କରିଥିଲା। କାତାର ଅଦାଲତ ଗୁରୁବାର ଏହି ଆବେଦନକୁ ସ୍ବୀକାର କରିଛନ୍ତି ଏବଂ ଆବେଦନ ଉପରେ ବିଚାର କରି ଖୁବଶୀଘ୍ର ଶୁଣାଣି କରିବେ। ସୂଚନାଯୋଗ୍ୟ, ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କାତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କାତାରର ଏକ କମ୍ପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କାତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି, କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗ୍ନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button