ରାଜ୍ୟ

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ – Ibnodisha

[ad_1]

କେନ୍ଦୁଝର : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ। କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୨୧ ମସିହାରେ ନାବାଳିକାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ତାଙ୍କ ବଡ଼ ଭଉଣୀଙ୍କ ଘରେ ରହୁଥିଲେ। ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ଭୋର ସମୟରେ ନାବାଳିକା ଶୌଚ ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ଚତୁର୍ଭୂଜ ପାତ୍ର ତାଙ୍କୁ ବଳପୂର୍ବକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘର ଲୋକ ଝିଅକୁ ସବୁଆଡେ ଖୋଜାଖୋଜି କରିଥିଲେ। ମାତ୍ର ନାବାଳିକାଙ୍କ ପତ୍ତା ପାଇନଥିଲେ।ସବୁଆଡୁ ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ନାବାଳିକାଙ୍କୁ ଚତୁର୍ଭୂଜଙ୍କ ଘରୁ ଉଦ୍ଧାର କରିଥିଲା। ଏହି ମାମଲାରେ ଚତୁର୍ଭୂଜ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ମାମଲାକୁ ବିଚାର କରି ୧୫ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button