ରାଜ୍ୟ

ରମାଦେବୀ ବିଶ୍ୱବିଦ୍ୟାଳୟରେ ସରିଲା ନାକ୍‌ ଦଳର ପରିଦର୍ଶନ: ଆଜି ଆସିବ ରିପୋର୍ଟ, ମିଳବ ଗ୍ରେଡ୍‌

ଭୁବନେଶ୍ୱର,୨୭/୦୯: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ କାଉନ୍ସିଲ୍ (ନାକ୍) ଦଳ ।ଗୁରୁବାର ଦିନରେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଉତ୍କର୍ଷ କେନ୍ଦ୍ର, ଲାଇବ୍ରେରୀ, ଛାତ୍ରୀ ନିବାସ ସମେତ ସ୍ପୋର୍ଟସ୍ କାଉନ୍ସିଲ୍, ଇଣ୍ଡୋର ଗେମ୍ସ, ଔଷଧୀୟ ବୃକ୍ଷ ବଗିଚା, କ୍ୟାଣ୍ଟିନ୍, ସପିଂ କମ୍ପେ୍ଲସ୍, ବର୍ଷାଜଳ ଅମଳ ସୁବିଧା, ସୋଲାର ପାନେଲ୍ ୟୁନିଟ୍, ମୁକ୍ତାକାଶ ଜିମ୍ ଆଦି ପରିଦର୍ଶନ କରିଥିଲେ ।

ଏଥିସହ ଆଣ୍ଟି ରାଗିଂ ସେଲ୍, ଆଇସିସି, ଡିଏସ୍ଡବ୍ଲ୍ୟୁ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଶୁକ୍ରବାର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଆଦିର ମୂଲ୍ୟାଙ୍କନ ପାଇଁ ରିପୋର୍ଟ ଲେଖିବେ । ଏହାପରେ ଗ୍ରେଡ୍ ପ୍ରଦାନ କରିବ ନାକ୍ ।

ପ୍ରଫେସର ମୃଣାଳିନୀ ଫର୍ଣ୍ଣାଡିଜ୍ଙ୍କ ଅଧ୍ୟକ୍ଷତାରେ ସଂଯୋଜକ ପ୍ରଫେସର ଏନ୍ ଭାସୁକି ରାଜା, ସଦସ୍ୟ ପ୍ରଫେସର ବିବେକ କୁମାର, ପ୍ରଫେସର ନିରଙ୍କର ଶ୍ରୀବାସ୍ତବ, ପ୍ରଫେସର ସୟଦ୍ ଅବଦୁଲ୍ ହାଫିଜ୍ ମଇଉଦ୍ଦିନ୍, ପ୍ରଫେସର ରେଖା ଅଗ୍ରୱାଲ ୨ଟି ଗ୍ରୁପ୍ରେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।

ଗ୍ରୁପ୍-୧ ପରୀକ୍ଷା ନିୟନ୍ତ୍ରକ ସେକ୍ସନରେ ପହଞ୍ଚି ସେଠାରେ ଆଲୋଚନା କରିଥିଲେ । ଏଥିସହ ପରୀକ୍ଷା ଫଳ ଠିକ୍ ସମୟରେ ପ୍ରକାଶ ହେଉଛି କି ନାହିଁ, ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ସଂପର୍କରେ ଜାଣିଥିଲେ । ଏହି ସମୟରେ ଗ୍ରୁପ୍-୨ବି ରମାଦେବୀ ଚେୟାର ସହ ବୈଠକ କରିଥିଲେ । ଏହାପରେ ଉଭୟ ଗ୍ରୁପ୍ ଅଧଘଣ୍ଟା ଧରି ବିତ୍ତ ନିୟନ୍ତ୍ରକ ଏବଂ କୁଳସଚିବଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉଭୟ ଟିମ୍ ୧ ଘଣ୍ଟା ଧରି ସେଣ୍ଟ୍ରାଲ୍ ଲାଇବ୍ରେରୀ, ଭିନ୍ନକ୍ଷମଙ୍କ ପାଇଁ ସୁବିଧା ସୁଯୋଗ, ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କ ପାଇଁ ଅଡିଓ ବୁକ୍ ଅଛି କି ନାହିଁ ଦେଖିଥିଲେ ।

ଏଥିସହ ଗ୍ରୁପ୍-୧ ବିଏଡ୍ ବିଭାଗ, ଏନ୍ସିସି ୟୁନିଟ୍, ସେଲ୍ପ ଡିଫେନ୍ସ, ଯୋଗ ସୁବିଧା, ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଥିଲେ । ଗ୍ରୁପ୍-୨ କେନ୍ଦ୍ରୀୟ ସୁବିଧା ଦେଖିଥିଲେ । ଅସୀମା ହଷ୍ଟେଲ ଏବଂ ଅନ୍ନପୂର୍ଣ୍ଣା ହଷ୍ଟେଲ୍ ଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେଠାର ସୁବିଧା ପଚାରି ବୁଝିଥିଲେ । ଏଥିସହ ବିଶ୍ୱବିଦ୍ୟାଳୟର ଅଣଅଧ୍ୟାପକମାନଙ୍କ ସହ ଏକ ଆଲୋଚନା ହୋଇଥିଲା ।

ଶୁକ୍ରବାର ନାକ୍ ଦଳ ରିପୋର୍ଟ ପ୍ରସ୍ତୁତ କରିବେ । ଏହାପରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ବିଷୟରେ ସୂଚନା ପ୍ରଦାନ କରିବେ । କୁଳପତିଙ୍କ କକ୍ଷରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ । ଏହାପରେ ନୂଆ ପ୍ରେକ୍ଷାଳୟରେ ପ୍ରସ୍ଥାନ ବୈଠକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button