ରାଜ୍ୟ

କୁଣ୍ଡଳୀରେ ଶନିଦେବଙ୍କୁ ଏପରି କରନ୍ତୁ ମଜବୁତ, ଆପଣାନ୍ତୁ ଏହି ଉପାୟ ଏବଂ କମ୍‌ କରନ୍ତୁ ସମସ୍ୟା

ଶନି ଗ୍ରହର ସମ୍ବନ୍ଧ ରୋଜଗାର ଏବଂ ବୟସ ସହିତ ରହିଛି। ଏହା ବ୍ୟକ୍ତିର ଜୀବନ, ଅନୁଶାସନ, ସଂଘର୍ଷ ଏବଂ ସଫଳତା ଆଣିଦିଅନ୍ତି। ଏହାଛଡା ଜୀବନରେ ସ୍ଥିରତା ଆଣିଥାନ୍ତି ଶନିଦେବ। ଯଦି ଶନି ଦେବ ଆପଣଙ୍କ କୁଣ୍ଡଳୀରେ ଦୁର୍ବଳ ହୋଇଥାନ୍ତି, ତେବେ ମଣିଷ ଜୀବନରେ ରୋଜଗାର ସମସ୍ୟା ଦେଖାଦିଏ। ଜୀବନରେ ସଂଘର୍ଷ ଏବଂ ସମସ୍ୟା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ। ବ୍ୟକ୍ତି ଆଇନଗତ ଏବଂ ଶରୀର ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ କିପରି ଏଥିରୁ ମୁକ୍ତି ପାଇବେ…

– ବାସି ଏବଂ ଖରାପ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଆବଶ୍ୟକତା ଠାରୁ ଅଧିକ ଖାଆନ୍ତୁ ନାହିଁ। ଖାଇବାରେ କଳାଚଣା, କଳା ଡାଲି ଏବଂ ଲବଙ୍ଗ ଖାଆନ୍ତୁ ନାହିଁ। ବିଳମ୍ବିତ ରାତିରେେ ଭାଜନ କରନ୍ତୁ ନାହିଁ। ଖାଦ୍ୟ ସବୁବେଳେ ଷ୍ଟିଲ ବାସନରେ ଖାଆନ୍ତୁ।

food

– କାହାକୁ ଖରାପ କଥା କୁହନ୍ତୁ ନାହିଁ କିମ୍ବା ଖରାପ ବ୍ୟବହାର କରନ୍ତୁ ନାହିଁ। ନିଜ ଠାରୁ ଛୋଟ କିମ୍ବା ଗରିବ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ବଡ କେଶ କିମ୍ବା ବଡ ନଖ ରଖନ୍ତୁ ନାହିଁ। ନିୟମିତ ଭାବେ ଗାଧାନ୍ତୁ। ଅନୁଶାସନରେ ରୁହନ୍ତୁ, ଅଯଥା ସମୟ ବରବାଦ କରନ୍ତୁ ନାହିଁ।

– ଦିନ ବେଳା ହେଉ ଅବା ସନ୍ଧ୍ୟାରେ ପୂଜା ନିଶ୍ଚିତ କରନ୍ତୁ। ସନ୍ଧ୍ୟା ସମୟରେ ଶନି ମନ୍ତ୍ର ଜପ କରିବା ସହ ଅଶ୍ୱତ୍ଥ ଗଛ ତଳେ ଦୀପ ନିଶ୍ଚିନ୍ତ ଜଳାନ୍ତୁ। ଶନିବାର ଦିନ କିଛି ନା କିଛି ଦାନ କରନ୍ତୁ। ଏକ ଲୁହାର ମୁଦିର ମଧ୍ୟମା ଆଙ୍ଗୁଠିରେ ନିଶ୍ଚିତ ପିନ୍ଧନ୍ତୁ। ଜୋତା ଏବଂ ଚପଲ ସବୁବେଳେ ସଫା ରଖନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button