ରାଜ୍ୟ

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଆଗୁଆ: ୫ ବର୍ଷରେ ଗଲାଣି ହଜାରରୁ ଅଧିକ ଜୀବନ

ଭୁବନେଶ୍ୱର: ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଆଗରେ। ଉତ୍ତରପ୍ରଦେଶ ଭଳି ରାଜ୍ୟକୁ ବି ପଛରେ ପକାଇଛି ଓଡ଼ିଶା। ଆଜି ଗୃହରେ ଏମିତି ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ବଜ୍ରପାତରେ ୫୪୨ ଜଣଙ୍କର ଜୀବନ ଯାଇଛି।

ରାଜ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ। ସେହିପରି ୫ ବର୍ଷ ଭିତରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଏହାର କାରଣ କହି ମନ୍ତ୍ରୀ କହିଛନ୍ତି, ଗବେଷଣା ଅନୁଯାୟୀ ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ଅଧିକ ହେଉଛି। କାରଣ ଖଣିଜ ପଦାର୍ଥ ବିଦ୍ୟୁତ୍‌ ସୁପରିବାହୀ । ଏହାସହିତ ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ବି ଆସି ନାହିଁ।

ତେବେ ଆମେ ଆପଣଙ୍କୁ କହିରଖୁଛି, ଏହାକୁ ନେଇ ରାଜ୍ୟ ସରକାର ସଜାଗ ବି ଅଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ତାଳ ଗଛ ଲଗାଯାଇ ଏହାର ନିବାରଣ କରାଯିବା। ଏନେଇ ଗୃହରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥିପାଇଁ ତାଳ ଗଛ ଲଗାଇବାକୁ ୭ କୋଟି ଟଙ୍କା ବନ ବିଭାଗକୁ ଦିଆଯାଇଛି। ଏଥିସହିତ ତାଳଗଛ ଲଗାଇବାକୁ ସବୁ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ ବୋଲି ଗୃହରେ ଅନୁରୋଧ କରିଛନ୍ତି ମନ୍ତ୍ରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button