ରାଜ୍ୟ

ଟ୍ବିନ୍ ସିଟିରେ ୧୫ ଡିଗ୍ରୀ ତଳେ ପାରଦ, ଜି.ଉଦୟଗିରି ସବୁଠୁ ଥଣ୍ଡା ସହର – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଚଳିତ ଶୀତ ଋତୁରେ ଦୀର୍ଘ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ୭.୨ ଡିଗ୍ରୀକୁ ପାରଦ ହ୍ରାସ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ତାପମାତ୍ରା ୯.୪ ଡିଗ୍ରୀ ଛୁଇଁଛି, କେନ୍ଦୁଝରରେ ତାପପାତ୍ରା ମଧ୍ୟ ୯.୪ ଡିଗ୍ରୀ ରହିଛି। ଏଥିସହ ଜି. ଉଦୟଗିରି ସବୁଠୁ ଥଣ୍ତା ସହର ପାଲାଟିଛି।ସେହିପରି ଦାରିଙ୍ଗିବାଡ଼ିରେ ତାପମାତ୍ରା ୯.୫ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୨ ଡିଗ୍ରୀ, ରାଉରକେଲାର ତାପମାତ୍ରା ୧୧.୩ ଡିଗ୍ରୀ ରହିଛି। ସେହିପରି ଟ୍ୱିନ ସିଟିରେ ତାପମାତ୍ରା ମଧ୍ୟ ତଳକୁ ଖସିଛି। ଭୁବନେଶ୍ୱରରେ ତାପମାତ୍ରା ୧୪.୬ ଡିଗ୍ରୀ ଓ କଟକରେ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି। ଏହି ସ୍ଥିତି ଆଗକୁ ଜାରି ରହିବା ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଜାରି ରହିବାର ସମ୍ଭାବନା ରହିଛି। ୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସହ ଶୀତର ପ୍ରକୋପ ବଢ଼଼ିବ ବୋଲି ଆକଳନ କରାଯାଇଛି। କୋରାପୁଟ ସମେତ କିଛି ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ସହ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଆଶଙ୍କା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button