ରାଜ୍ୟ

ଏସୀୟ ପାରା କ୍ରୀଡ଼ା: ଓଡ଼ିଶା ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ – Ibnodisha

[ad_1]

ଭୁବନେଶ୍ବର : ଏସୀୟ ପାରା କ୍ରୀଡ଼ାରେ ଭାଗନେଉଥିବା ୭ ଜଣ ଓଡ଼ିଶା ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। ହାଂଝୌରେ ରବିବାରଠୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏଥି ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ପାରା ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତଙ୍କ ସହ ଧାବିକା ଜୟନ୍ତୀ ‌‌ବେହେରା, ଚେସ୍‌ ଖେଳାଳି ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ହ୍ବିଲ୍‌ଚେୟାର୍‌ ଅସିଚାଳନା ଖେଳାଳି ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟାତରାୟ ଓ ପୂଜାସ୍ବିନୀ ନାୟକ ରହିଛନ୍ତି। ପ୍ରମୋଦ ଗତ ସଂସ୍କରଣରେ ଏକକ ଓ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ଏବଂ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ। ‘‘ହାଂଝୌ ଏସୀୟ ପାରା କ୍ରୀଡ଼ାରେ ସ୍ଥାନ ପାଇବା ପାଇଁ ଆମର ଦିବ୍ୟାଙ୍ଗ ଖେଳାଳିମାନେ ବହୁ ପରିଶ୍ରମ କରିଛନ୍ତି। ଓଡ଼ିଶାର ଖେଳାଳିଙ୍କ ସହ ଭାରତରୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ସଦସ୍ୟଙ୍କ ସଫଳତା କାମନା କରୁଛି ଏବଂ ଶୁଭେଚ୍ଛା ଜଣାଉଛି’’ ବୋଲି ପ୍ରୋତ୍ସାହନ ରାଶି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୟରୁ ପ୍ରମୋଦଙ୍କ ଅଭିଯାନ
ପାରା ଅଲିମ୍ପିକ୍‌ ବିଜେତା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଏସୀୟ ପାରା କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହାଂଝୌ ଏସୀୟ ପାରା କ୍ରୀଡ଼ା ରବିବାରଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁଥିଲା ବେଳେ ଏହା ପୂର୍ବରୁ କିଛି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ମନୀଷା ରାମଦାସ ବିଜୟୀ ହୋଇ ଆଗକୁ ବଢ଼ିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଏହି ଯୋଡ଼ି ୨୧-୮, ୨୧-୧୪ରେ ଥାଇଲାଣ୍ଡର ଚାୱାରାତ କିତିଚୋକ୍ବାତାନା ଓ ଚାନିଦା ଶ୍ରୀନାଭାକୁଲଙ୍କୁ ପରାସ୍ତ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button