ଦେଶ

ସୁପ୍ରିମକୋର୍ଟରୁ ବି ନିରାଶ ହେଲେ ଶରଦ ପାଓ୍ବାର – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଥମେ ନିର୍ବାଚନ କମିସନ, ତାପରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କଠାରୁ ନିରାଶ ହେବା ପରେ ଏବେ ସୁପ୍ରିମ କୋର୍ଟରୁ ବି ନିରାଶ ହୋଇଛନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାର । ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ବର୍ଣ୍ଣନା କରିବାକୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ପାଓ୍ଵାରଙ୍କ ଆବେଦନ ଉପରେ ବିଚାର କରିବାକୁ ଇଚ୍ଛୁକ ବୋଲି ସୋମବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କୋର୍ଟ ଅଜିତ ପାୱାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ। ସୁପ୍ରିମ୍ କୋର୍ଟର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶରଦ ପାୱାର ତାଙ୍କ ରାଜନୈତିକ ଦଳ ପାଇଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ନାମ ବ୍ୟବହାର କରିବେ। ଯଦି ପାୱାର ତାଙ୍କ ଦଳ ଏନସିପି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ନିର୍ବାଚନ କମିଶନଙ୍କ ଠାରୁ ଚିହ୍ନ ମାଗିବେ, ତେବେ ନିର୍ବାଚନ ଆୟୋଗ ଏକ ସପ୍ତାହ ମଧ୍ୟରେ ଚିହ୍ନ ଆବଣ୍ଟନ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button