ଦେଶ

ଅଢ଼େଇ ବର୍ଷର କୁନି ଝିଅକୁ ଝୁଣି ମାରିଦେଲେ ବୁଲା କୁକୁର – Ibnodisha

[ad_1]

ହାଇଦ୍ରାବାଦ : ଥମୁନି ବୁଲା କୁକୁରଙ୍କ ଦୈରାତ୍ମ୍ୟ। ପ୍ରତିଦିନ ଏହି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି ନିରୀହ କୁନି ଛୁଆ। ଏପରିକି ଏହି ବୁଲା କୁକୁରଙ୍କ ଆକ୍ରମଣରେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି। ନିକଟରେ ପୁଣି ବୁଲା କୁକୁରଙ୍କ ଆକ୍ରମଣରେ ଆଖି ବୁଜିଛି ଜଣେ ଅଢ଼େଇ ବର୍ଷର କୁନି ଝିଅ। ହାଇଦ୍ରାବାଦର ଗାୟତ୍ରୀ ନଗରରେ ଏକ ନିର୍ମାଣଧୀନ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ଅଢ଼େଇ ବର୍ଷର କୁନି ଝିଅ ଖେଳୁଥିଲା। ଏତିକି ବେଳେ ଦୁଇଟି ବୁଲା କୁକୁର ତା’ଉପରେ ଆକ୍ରମଣ କରିଥିଲେ। କୁନି ଝିଅଟିକୁ ଟାଣି ନେଇ ତାକୁ ଝୁଣି ଝୁଣି ମାରି ଦେଇଥିବା ସୂଚନା ମିଳିଛି।

ସଚନା ଅନୁସାରେ, ଏପ୍ରିଲ ୧୨ ତାରିଖରେ ଏହି ଘଟଣା ଘଟିଥିଲା। ପୀଡିତା ଏବଂ ତାଙ୍କ ଭଉଣୀ ମିଶି ତାଙ୍କ ବାପା କାମ କରୁଥିବା ନିର୍ମାଣସ୍ଥଳରେ ଖେଳୁଥିଲେ। ଏତିକି ବେଳେ ଦୁଇଟି ବୁଲା କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଅଢ଼େଇ ବର୍ଷର କୁନି ଝିଅଟି କୁକୁର ଆକ୍ରମଣରେ ରକ୍ତାକ୍ତ ହୋଇପଡିଥିଲା। ପରେ ତାକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ସେପଟେ ମୃତ କୁନି ଝିଅଟି ଭଉଣୀର ଅବସ୍ଥା ଗୁରୁତର ରହିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button