ଦେଶ

ଆଜି ଭାରତ – ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ – Ibnodisha

[ad_1]

ଇନ୍ଦୋର:  ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ଇନ୍ଦୋରରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତି ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଦଳ ଦ୍ବିତୀୟ ମ୍ୟାଚକୁ ଜିତି ଶୃଙ୍ଖଳା ବିଜୟୀ ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଫେରିବା ନେଇ ଉଦ୍ୟମ କରିବ।

ବିଶ୍ବକପ ପୂର୍ବରୁ ପ୍ରସ୍ତୁତି ନେଇ ଆୟୋଜିତ ଉକ୍ତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଭାରତ ଭଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ୍‌ ଯାଦବଙ୍କ ବିନା ଖେଳିଥିବା ଭାରତ ୫ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ, ଶୁବମାନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ୱିକେଟରକ୍ଷକ ଈଶାନ କିଷନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।

ମଧ୍ୟକ୍ରମରେ ଶ୍ରେୟାସ ଆୟରଙ୍କୁ ଏବେ ଭଲ ଇନିଂସ ଖେଳିବାର ଆବଶ୍ୟକତା ରହିଛି। କାରଣ ଆୟର ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ୫ମ ସ୍ଥାନରେ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ଏହି ଦୃଷ୍ଟିରୁ ଦ୍ବିତୀୟ ମ୍ୟାଚ ଆୟରଙ୍କ ପାଇଁ ଗୁୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ମ୍ୟାଚରେ ଭାରତ ବ୍ୟାଟିଂ କ୍ଷେତ୍ରରେ ସେଭଳି କୌଣସି ପରିବର୍ତ୍ତନ କରିବା ନେଇ ଆଶ​‌ା କରାଯାଉନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button