ଗଣଦୁଷ୍କର୍ମ ପରେ ନାବାଳିକା କଲା କିଛି ଏପରି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – Ibnodisha
[ad_1]
ବାଲେଶ୍ୱର: ଜିଲ୍ଲାର ଏକ ହୋଟେଲରେ ପ୍ରେମିକ ସମେତ ତିନି ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେବା ପରେ ଜଣେ ନାବାଳିକା ବିଷ ପିଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱର ସଦର ବ୍ଲକ ଅଞ୍ଚଳର ଜଣେ ନାବାଳିକା ଶୁକ୍ରବାର ଅପରାହ୍ନରେ ନିଜ ପ୍ରେମିକ ସହ ଚାନ୍ଦିପୁର ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଦୁହେଁ ସମୁଦ୍ର କୂଳ ନିକଟରେ ଥିବା ଏକ ହୋଟେଲରେ ରହିଥିଲେ।
କିନ୍ତୁ ହୋଟେଲ ରୁମରେ ପ୍ରେମିକ ଓ ତା’ର ଦୁଇ ସାଙ୍ଗ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରେମିକଙ୍କ ବିଶ୍ୱାସଘାତକତା ପରେ ଗତକାଲି ରାତିରେ ପ୍ରେମିକା ନିଜ ଜୀବନକୁ ଶେଷ କରିବା ପାଇଁ ଘରେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ବାଲେଶ୍ୱର ସଦର ଥାନା ପୁଲିସ ହୋଟେଲରେ ଚଢ଼ଉ କରି ତିନି ଅଭିଯୁକ୍ତ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖିଛି। ଏଥିସହ ତଦନ୍ତ ଚଳାଇଛି।
The post ଗଣଦୁଷ୍କର୍ମ ପରେ ନାବାଳିକା କଲା କିଛି ଏପରି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on ONA KHABAR.
[ad_2]