ଦେଶ

ଭାରତ ମହାସାଗରରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ : ଆକାଶ ଓ ସ୍ଥଳ ସହିତ ସମୁଦ୍ରରେ ଚୀନ ଓ ପାକିସ୍ତାନର ଯୋଜନାକୁ ପରାସ୍ତ କରିବା ପାଇଁ ଭାରତ ନିଜର ଶକ୍ତି ବଢ଼ାଉଛି। ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଏହା ଅଧୀନରେ ଭାରତୀୟ ସେନା ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପିଏଲଏଆରଏଫ ଭଳି ନିଜର ରକେଟ ଫୋର୍ସ ପ୍ରସ୍ତୁତ କରୁଛି ଏବଂ ଏସଏଲସିଏମ କ୍ଷେପଣାସ୍ତ୍ର ମଧ୍ୟ ଏହାର ଏକ ଅଂଶ । ଫେବ୍ରୁଆରି ୧୬ ରେ ଭାରତୀୟ ନୌସେନା ଘୋଷଣା କରିଥିଲା ଯେ ସେମାନେ ଖୁବ୍ ଶୀଘ୍ର ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ ଉତ୍କ୍ଷେପିତ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବେ। କ୍ଷେପଣାସ୍ତ୍ରଗୁଡ଼ିକୁ ପ୍ରୋଜେକ୍ଟ ୭୫ଆଇ ଅଧୀନରେ ବୁଡ଼ାଜାହାଜରେ ମୁତୟନ କରାଯିବ। ୟୁରେସିଆନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏସଏଲସିଏମର ୫୦୦ କିଲୋମିଟର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ ଏବଂ ପ୍ରଥମ ପରୀକ୍ଷଣରେ ଏହା ୪୦୨ କିଲୋମିଟର ଦୂରତା ହାସଲ କରିଛି । ତେବେ ଭାରତୀୟ ସେନା ଏହାର ରେଞ୍ଜକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ରଖିଛି । ଏହାଦ୍ୱାରା ଏହି କ୍ଷେପଣାସ୍ତ୍ର ଚୀନର ୫ଟି ସହରକୁ ଆକ୍ରମଣ କରିବାରେ ସକ୍ଷମ ହେବ । ସେସବୁ ମଧ୍ୟରେ ରହିଛି ସାଂଘାଇ, ହାଙ୍ଗଜୋ, ୱେନଜୋ, ଫେ ୟୁ ଜୋ ଓ ସିଆଓମେନ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button