ଦେଶ

କୋର୍ଟ ପରିସରରେ ଗୁଳିକାଣ୍ଡ, ୩ ଅପରାଧୀ ମୃତ – Ibnodisha

[ad_1]

ପାଟନା : ବିହାରର ଦାନାପୁର ଅଞ୍ଚଳରେ ଥିବା କୋର୍ଟ ପରିସରରେ ଗୁଳିକାଣ୍ଡ ଘଟି ଜଣେ ଅପରାଧୀ ମୃତ୍ୟୁବରଣ କରିବା ଭଳି ଅଘଟଣ ଘଟିଛି । ଶୁକ୍ରବାର (୧୫ ଡିସେମ୍ବର) ଦିନ ଦ୍ୱିପ୍ରହରରେ ଜଣେ ଅପରାଧୀକୁ ପୁଲିସ୍ କୋର୍ଟରେ ହାଜର କରାଇବା ପାଇଁ ନେଇ ପହଞ୍ଚଥିବା ବେଳେ ଅଚାନକ କୋର୍ଟ ପରିସରରେ ପୂର୍ବରୁ ଲୁଚି ରହିଥିବା ୨ ଅଜ୍ଞାତ ଆତତାୟୀ ମିଳିତ ଭାବେ ସେହି ଅପରାଧୀ ଯୁବକଙ୍କ ଉପରେ ଗୁଳିମାଡ଼ କରିଥିଲେ । ମୃତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ମୃତ ଅପରାଧୀର ଘର ବିହଟା ଥାନା କ୍ଷେତ୍ରର ସିକନ୍ଦରପୁର ଏବଂ ତା’ର ନାମ ଅଭିଷେକ କୁମାର ଓରଫ ଛୋଟେ ସରକାର । ଅଭିଷେକ ବିରୋଧରେ ହତ୍ୟା, ଚୋରି, ଡକାୟତି ଭଳି ଅନେକ ଆପରାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ରହିଛି ।

ତେବେ ଏକ ମାମଲାରେ ବିଚାରାଧୀନ କଏଦୀ ଭାବେ ବେଶ୍ କିଛି ଦିନ ଧରି ସେ ବେଉର ସ୍ଥିତ ଜେଲ୍‌ରେ ବନ୍ଦୀ ଥିଲା । ଆଜି ଅଭିଷେକକୁ ଗୁଳି କରିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଥିଲେ ମଧ୍ୟ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ ଜଣାପଡିନାହିଁ ବୋଲି ସିଟି ଏସ୍‌ପି ରାଜେଶ କୁମାର କହିଛନ୍ତି । ଏସପି ରାଜେଶ କୁମାରଙ୍କ ଅନୁସାରେ ଏହି ଗୁଳିକାଣ୍ଡ ପାଇଁ ୨ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏଥିରେ ଆହୁରି କିଛି ଲୋକ ସାମିଲ ଥିବା ପୁଲିସ ସନ୍ଦେହ କରୁଛି । ତେବେ ଗିରଫ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ସେମାନଙ୍କ ପାଖରୁ କିଛି ସୂଚନା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button