ସ୍ବରେଜ ସଫେଇରେ ମୃତ୍ୟୁହେଲେ ମିଳିବ ୩୦ ଲକ୍ଷ: ସୁପ୍ରିମକୋର୍ଟ – Ibnodisha

[ad_1]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶୁକ୍ରବାର ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଦେଶରେ ସ୍ବରେଜ ସଫେଇ ସମୟରେ ମୃତ୍ୟୁହଲେ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି ଟଙ୍କା ଦେବାକୁ ସୁପ୍ରିମକୋର୍ଟ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସ୍ବରେଜ ସଫେଇ ସମୟରେ କୌଣସି ସଫେଇ କର୍ମୀ ଚିରଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଆନ୍ତି ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ଅନ୍ୟ ଦିବ୍ୟାଙ୍ଗ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବରେଜ ସଫେଇ ସମୟରେ ହେଉଥିବା ମୃତ୍ୟୁକୁ ନେଇ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ) ର ଶୁଣାଣି କରି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ମଇଳା ବାହାର କରିବାର ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହେଉ। ଏହାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁଲାଇରେ ଲୋକସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ସ୍ବରେଜ ଏବଂ ସେପ୍ଟିକ ଟ୍ୟାଙ୍କ ସଫା କରିବା ସମୟରେ ୩୪୭ ଲୋକଙ୍କ ଜୀବନ ଯାଇଥିଲା। ଏଥିରୁ ୪୦ ପ୍ରତିଶତ ମୃତ୍ୟୁ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀରେ ହୋଇଥିଲା।
[ad_2]