ଦେଶ

ପୁଣେର ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ – Ibnodisha

[ad_1]

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେରେ ଏକ ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱନକୁଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପୂଜାର୍ଚ୍ଚନା କରୁଥିବା ବେଳେ ପେଣ୍ଡାଲରେ ନିଆଁ ଲାଗିଥିବା ସୂଚନା ରହିଛି।

ନିଆଁ ଲାଗିବା କ୍ଷଣି ସୁରକ୍ଷା କର୍ମୀମାନେ ବହୁ କଷ୍ଟରେ ଉଭୟ ନେତାଙ୍କୁ ତୁରନ୍ତ ବାହାରକୁ ନେଇଯାଇଥିଲେ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଲୋକମାନ୍ୟ ନଗର ଅଞ୍ଚଳରେ ତିଆରି ଅସ୍ଥାୟୀ ପେଣ୍ଡାଲର ଉପରି ଭାଗରେ ନିଆଁ ଲାଗିଥିଲା। ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା।

ଡିସିପି ସୁହେଲ ଶର୍ମା କହିଛନ୍ତି ଯେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲାଗିବା ପରେ ଜେପି ନଡ୍ଡାଙ୍କୁ ସୁରକ୍ଷା କର୍ମୀମାନେ ଠିକ୍ ସମୟରେ ବାହାରକୁ ନେଇଯାଇଥିଲେ। ପୋଲିସ ସହାୟତାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା।

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି, ସାନେ ଗୁରୁଜୀ ଗଣେଶ ମିତ୍ର ମଣ୍ଡଳ ଦ୍ୱାରା ସ୍ଥାପିତ ପେଣ୍ଡାଲରେ ନିଆଁ ଲାଗିଥିଲା। ଆତସବାଜି ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ପେଣ୍ଡାଲଟି ଉଜ୍ଜୈନର ମହାକାଳେଶ୍ୱର ମନ୍ଦିର ଆକୃତିରେ ତିଆରି ହୋଇଥିଲା।

ତେବେ ନିଆଁ ଲାଗିବାର କିଛି ସମୟ ପରେ ଅଞ୍ଚଳରେ ବର୍ଷା ହେବା ଫଳରେ ନିଆଁକୁ କାବୁ କରି ନିଆଯାଇଥିଲା। ଡିସିପି କହିଛନ୍ତି ଯେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ମଣ୍ଡଳର ସଦସ୍ୟମାନେ ଆତସବାଜି କରିଥିଲେ, ଯେଉଁଥିରୁ ପେଣ୍ଡାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button