ରାଜନୀତି

‘ଯେଉଁ ମୁଖ୍ୟମନ୍ତ୍ରୀ ନିଜେ ଜନ ବିରୋଧୀ, ସେ ବିରୋଧୀଙ୍କୁ ଜନ ବିରୋଧୀ କହିବା ଠିକ୍ ନୁହଁ’ – Ibnodisha

[ad_1]

ଭୁବନେଶ୍ବର: ଆଜି ଅଧିବେଶନ ଚାଲିଥିବା ବେଳେ ହଟ୍ଟଗୋଳ ଘଟିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବିଚସ୍ପତି। ବିରୋଧୀ ଦଳୀୟ ନେତାମାନେ ସରକାରଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ପ୍ରସଂଗରେ ନିଜର ମତ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ସର୍ବଦଳୀୟ ବୈଠକରେ ପ୍ରଥମେ ବିରୋଧୀ ଦଳ ନେତା ଓ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଲୋଚନା ହୋଇଥିଲା। ହେଲେ ତାହା ଦେଖିବାକୁ ମିଳୁନାହିଁ। ବିରୋଧୀଙ୍କୁ ସରକାର ଭୟ କରୁଛନ୍ତି। ତେଣୁ ଦୁଇ ଦିନ ହେଲାଣି ମୋତେ କହିବାକୁ ସୁଯୋଗ ଦେଉନାହାନ୍ତି। ଏହା ଦୁର୍ଭାଗ୍ୟଜନକ। ଆଜି ବିଜେପି ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ବିଜେପି ଯାହା ଆଣିଛି ତାହା ତାଙ୍କ ହିସାବରେ ଠିକ୍। କଂଗ୍ରେସ ମଧ୍ୟ ଠିକ୍ କଥା ଆଣିଛି। ଉଭୟ ସ୍ୱାଧିକାର ଭଙ୍ଗକୁ ତର୍ଜମା କରିବା କଥା। କିନ୍ତୁ ତାହା କରାଗଲା ନାହିଁ। ଯେଉଁ ମୁଖ୍ୟମନ୍ତ୍ରୀ ନିଜେ ଜନ ବିରୋଧୀ, ସେ ବିରୋଧୀଙ୍କୁ ଜନ ବିରୋଧୀ କହିବା ଠିକ୍ ନୁହଁ। ରାଜ୍ୟରେ ଗଣତନ୍ତ୍ର ହତ୍ୟା କଥା କହିଲେ ସରକାରଙ୍କୁ ବାଧୁଛି। ତାମାନେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଗୁମାସ୍ତା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। ଗଣତନ୍ତ୍ର ବୋଲି ରାଜ୍ୟରେ କିଛି ନାହିଁ । ମନ୍ତ୍ରୀ ଓ ବିଧାୟକ ଛିଡା ହୋଇଥିବା ବେଳେ ଗୁମାସ୍ତା ବସି ପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଏହା ନିର୍ଦ୍ଦେଶ ଦେଇଥିବା କହୁଛନ୍ତି। ରାଜ୍ୟରେ ଗଣତନ୍ତ୍ର ଶାସନ ନାହିଁ ବୋଲି କହିଲେ ତାକୁ ଗ୍ରହଣ କରାଯାଉନାହିଁ।’’

ନରସିଂହ ଆହୁରି ବି କହିଛନ୍ତି, ‘‘ଯେଉଁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଜନ ବିରୋଧୀ କହିବା ଅପମାନିତ କରିଛି। ରାଜ୍ୟରେ ଗୁମସ୍ତା ଶାସନ କରି କଣ କହିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ। ନିଜେ ପୁଣି କହିବେ ମୁଁ ପଠାଉଛି, ତାଠୁ ଲଜ୍ୟଜନକ କିଛି ନୁହେଁ। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେଡି ସରକାର। ଗଣତନ୍ତ୍ର ଏବଂ ସମ୍ବିଧାନ ବୋଲି ରାଜ୍ୟରେ କିଛି ନାହିଁ। କଂଗ୍ରେସ ତା ଉପରେ ଗୃହରେ ଆଲୋଚନା କରିବା ପାଇଁ ଚାହୁଛି। କିନ୍ତୁ ଆମକୁ ସୁଯୋଗ ଦିଆଯାଉନି କି ଏହା ଉପରେ ବିରୋଧୀ ଆଣୁଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିନାହାନ୍ତି।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button