IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜନୀତି

ବରୀ ବିଜେଡି ସଙ୍ଗଠନ ସଜାଡୁଛନ୍ତି ଟିକେଟ ଆଶାୟୀ ସଞ୍ଜୀବ ଜେନା

ଯାଜପୁର(IBN ଓଡିଶା;ବ୍ୟୁରୋ)ସମ୍ପାଦକୀୟ:ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଗୋଳିଆ ହୋଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇ ଗଲାଣି। ଆଗାମି ନିର୍ବାଚନରେ ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଏହାକୁ ଦଳର ଗଡ଼ କରିଛି । ତେଣୁ ଆଗାମି ଦିନରେ ବିଜେଡି ଟିକେଟ୍ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୦୧୯ ନିର୍ବାଚନରେ ଚାରି ଥର ବିଧାୟକ ହୋଇଥିବା ଦେବାଶିଷ ନାୟକଙ୍କୁ ଟିକେଟ ନଦେଇ ସୁନନ୍ଦା ଦାସଙ୍କୁ ପ୍ରାର୍ଥିନୀ କରାଯାଇଥିଲା । ସେହିପରି କଂଗ୍ରେସ ଓ ପରେ ସ୍ୱାଧୀନ ସଂଗଠନ ଛାଡି ବିଶ୍ୱରଞ୍ଜନ ମଲ୍ଲିକ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ପରାଜିତ ହୋଇ ପରବର୍ତ୍ତୀ ଅବସ୍ତାରେ ବିଶ୍ୱ ବିଜେଡିରେ ଯୋଗ ଦେଇଥିଲେ।କଂଗ୍ରେସରୁ ଉମେଶ ଜେନା ପ୍ରାର୍ଥୀ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଉମେଶ କଂଗ୍ରେସ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ।
ହେଲେ ବର୍ତ୍ତମାନ ପରିସ୍ଥିତିରେ ସବୁ ଦଳ ସମୀକରଣ ପରିବର୍ତ୍ତନ ହେବାରେ ଲାଗିଛି। ନିକଟରେ ବିଜେଡି ଛାଡି ବିଜେପି ରେ ଯୋଗଦେଇଛନ୍ତୁ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ।
ଏବେ ବରୀ ବିଜେଡି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଥିବା ବେଳେ ପ୍ରମୁଖ ଗୋଟିଏ ଗୋଷ୍ଠୀର ନେତୃତ୍ବ ବିଧାୟିକା ସୁନନ୍ଦା ଦାସ ଏବଂ ଅନ୍ୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ରାଜ୍ୟ ବିଜେଡି ସମ୍ପାଦକ ବିଶ୍ୱରଞ୍ଜନ ମଲ୍ଲିକ। ହେଲେ ଏହି ଦୁଇଜଣଙ୍କୁ ବରୀବାସୀ ସହଜରେ ଗ୍ରହଣ କରୁ ନଥିବା ବେଳେ ବରୀ ବିଜେଡିରେ ଏବେ ନୂଆ ମୁହଁ ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଟିକେଟ ଦୌଡ଼ରେ ନିଜ ନାମକୁ ସାମିଲ କରିଛନ୍ତି ବରୀ ନିର୍ବାଚନ ମଣ୍ଡଳୀର ଅନ୍ୟତମ ଯୁବନେତା ସଂଜୀବ ଜେନା । ୧୯୯୭ ମସିହାରୁ ନିଜ ରାଜନୈତିକ କ୍ୟାରିୟର ବିଜେଡିରୁ ଆରମ୍ଭ କରନ୍ତି ସଞ୍ଜୀବ।ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ସହ ଦଳରେ କାର୍ଯ୍ୟକାରୀ ପ୍ରାଥମିକ ସଦସ୍ୟ ଭାବେ ଯୋଗଦେଇଥିଲେ । ଦେବାଶିଷଙ୍କ ସହଯୋଗୀ ଭାବେ ବେଶ ପରିଚିତ ଥିଲେ ସଂଜୀବ । ବିଜୁ ବାବୁଙ୍କ ନୀତି ଆଦର୍ଶ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କୁ ଅନୁକରଣ କରି ସେ ଦଳକୁ ସଙ୍ଗଠିତ କରିଛନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବରୀ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ପେଶା ରେ ସେ ଜଣେ ସଫଳ ବ୍ୟବସାୟୀ ଓ ସମାଜସେବୀ ହୋଇଥିବା ବେଳେ ରାଜନୀତି ସହିତ ଓତପ୍ରୋତ ଭାବେ ଜଡ଼ିତ। ନିର୍ବାଚନକୁ ନେଇ ବରୀରେ ନିଜ ସଂଗଠନ ବଢ଼ାଉଥିଲା ବେଳେ ତାଙ୍କ ପରାମର୍ଶ ଦାତା ହୋଇଛନ୍ତି ପୂର୍ବତନ ବ୍ଲକ ବିଜେଡି ସଭାପତି ସେକ ସଫିକଉଦ୍ଦିନ । ସଂଜୀବଙ୍କୁ ନେଇ ବରୀ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button